ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାହାରିନ ରାଜତନ୍ତ୍ରର ରାଜା ମହାମହିମ ହମାଦ ବିନ ଇସା ଅଲ ଖଲିଫାଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସାମ୍ପ୍ରତିକ କୋଭିଡ-୧୯ ସଂକଟ ଏବଂ ଏହାର ପ୍ରଭାବ ସମେତ ଲଜିଷ୍ଟିକ୍ସ ଶୃଙ୍ଖଳା ଏବଂ ଆର୍ଥିକ ବଜାର ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଓମାନର ସୁଲତାନ ମହାମହିମ ହାଇତାମ ବିନ ତାରିକଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଦୁଇ ନେତା ବର୍ତ୍ତମାନ କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ସ୍ବାସ୍ଥ୍ୟଗତ ଏବଂ ଅର୍ଥନୈତିକ ଆହ୍ବାନ ଏବଂ ଉଭୟ ରାଷ୍ଟ୍ର ପକ୍ଷରୁ ଏହାର ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।



