www.samajalive.in
Sunday, December 14, 2025
15.1 C
Bhubaneswar

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ସଂକ୍ରମଣ ମୁକାବିଲା, ନିରାକରଣ ଏବଂ ପ୍ରତିହତ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ଭାରତ ସରକାର ବିଭିନ୍ନ ସକ୍ରିୟ ଏବଂ ତତ୍ପରତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାକୁ ଉଚ୍ଚସ୍ତରରେ ନିୟମିତ ଭାବେ ସମୀକ୍ଷା ଓ ଅନୁଧ୍ୟାନ କରାଯାଉଛି।
ମହାମାରୀର ଗୋଷ୍ଠୀ ସଂକ୍ରମଣ ଏବଂ ପ୍ରକୋପ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ନିରୀକ୍ଷଣ ନିମନ୍ତେ ପ୍ରଯୁକ୍ତି ଆଧାରିତ ପଦକ୍ଷେପ, ସଙ୍ଗରୋଧ ସୁବିଧାର ଅନୁଧ୍ୟାନ, ସନ୍ଦିଗ୍ଧ ରୋଗୀଙ୍କ ସ୍ବାସ୍ଥ୍ୟ ଅନୁଧ୍ୟାନ କରିବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସଙ୍ଗରୋଧରେ ରଖିବା, ନାଗରିକମାନଙ୍କୁ ସଦ୍ୟତମ ସୂଚନା ପ୍ରଦାନ କରିବା, ହିଟ ମ୍ୟାପର ଉପଯୋଗ କରି ଆଗୁଆ ପୂର୍ବାନୁମାନ କରିବା, ଡାକ୍ତର ଓ ସ୍ବାସ୍ଥ୍ୟ ପେସାଦାରମାନଙ୍କୁ ଭର୍ଚ୍ଚୁଆଲ ତାଲିମ ଏବଂ ବିଭିନ୍ନ ଜିଲ୍ଲାରେ ଟେଲି ପରାମର୍ଶ  କାର୍ଯ୍ୟକାରୀ କରାଯାଉଛି।
କୋଭିଡ-୧୯ ସଂକ୍ରମଣ ମୁକାବିଲା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶିକ୍ଷଣ ସମ୍ବଳ ଉପାଦାନ ଏବଂ ଭିଡିଓ ମ୍ୟାଟେରିଆଲ ପ୍ରକାଶ କରାଯାଇଛି। ଏହା https://www.mohfw.gov.in/. ରେ ଉପଲବ୍ଧ।
କୋଭିଡ-୧୯ର ସନ୍ଦିଗ୍ଧ/ସୁନିଶ୍ଚିତ ମାମଲାର ଉପଯୁକ୍ତ ପରିଚାଳନା ନିମନ୍ତେ ଏକ ମାର୍ଗଦର୍ଶିକା ଡକୁମେଣ୍ଟ ଜାରି କରାଯାଇଛି, ଯାହା https://www.mohfw.gov.in/pdf/ FinalGuidanceonMangaementof Covid cases version2.pdf. ମିଳିପାରିବ।
ବିଭିନ୍ନ ପ୍ରକାରର କୋଭିଡ-୧୯ ମାମଲା ପାଇଁ ତିନି ପ୍ରକାରର ସୁବିଧା ପ୍ରତିଷ୍ଠା କରାଯିବ। କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଉପଯୁକ୍ତ କୋଭିଡ-୧୯ ଚିକିତ୍ସା କେନ୍ଦ୍ରକୁ ପଠାଇବା ଲାଗି ନିଷ୍ପତ୍ତି ନେବା ପ୍ରକ୍ରିୟାର ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ ଏହା କରାଯିବ।
୧. କୋଭିଡ କେୟାର ସେଣ୍ଟର (ସିସିସି):
ସାଧାରଣ ଏବଂ ଅତି ସାଧାରଣ ମାମଲା କିମ୍ବା କୋଭିଡ ସନ୍ଦିଗ୍ଧ ମାମଲା।
ଅସ୍ଥାୟୀ ବ୍ୟବସ୍ଥା। ଏଗୁଡ଼ିକ ହଷ୍ଟେଲ, ହୋଟେଲ, ସ୍କୁଲ, ଷ୍ଟାଡିୟମ ଲଜ ଆଦି ଉଭୟ ଘରୋଇ ଏବଂ ସରକାରୀ ପ୍ରତିଷ୍ଠାନରେପ ପ୍ରତିଷ୍ଠା କରାଯାଇପାରେ।
ଦରକାର ହେଲେ, ବର୍ତ୍ତମାନର ସଙ୍ଗରୋଧ କେନ୍ଦ୍ରଗୁଡ଼ିକୁ କୋଭିଡ କେୟାର ସେଣ୍ଟରରେ ପରିବର୍ତ୍ତିତ କରାଯିବ।
ଏଗୁଡ଼ିକୁ ରେଫରାଲ ଉଦ୍ଦେଶ୍ୟରେ ଅତିକମରେ ଗୋଟିଏ କିମ୍ବା ଅଧିକ ସମର୍ପିତ କୋଭିଡ ହସ୍ପିଟାଲ ସହ ସଂଯୁକ୍ତ କରାଯିବ।
୨. ସମର୍ପିତ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର (ଡିସିଏଚସି)
ଅପେକ୍ଷାକୃତ ସାଧାରଣ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏଠାରେ ବ୍ୟବସ୍ଥା ରହିବ।
ଏଗୁଡ଼ିକ ଗୋଟିଏ ସମ୍ପୂର୍ଣ୍ଣ ହସ୍ପିଟାଲ ହୋଇପାରେ କିମ୍ବା ଅଲଗା ପ୍ରସ୍ଥାନ ଓ ପ୍ରବେଶ ଦ୍ବାର ଥିବା କିମ୍ବା ଜୋନ ଭାବେ ବ୍ୟବହୃତ ହୋଇପାରୁଥିବା ଗୋଟିଏ ହସ୍ପିଟାଲର ଅଲଗା ବ୍ଲକ ହୋଇପାରେ।
ଏସବୁ ହସ୍ପିଟାଲରେ ଅକ୍ସିଜେନ ସୁବିଧା ଥିବା ଶଯ୍ୟା ରହିଥିବା ଆବଶ୍ୟକ।
୩. ସମର୍ପିତ କୋଭିଡ ହସ୍ପିଟାଲ (ଡିସିଏଚ):
ଏଠାରେ ଗୁରୁତର କରୋନା ସଂକ୍ରମିତଙ୍କୁ ଉନ୍ନତ ଧରଣର ଚିକିତ୍ସା ସୁବିଧା ଦିଆଯିବ।
ଏହା ଗୋଟିଏ ସମ୍ପୂର୍ଣ୍ଣ ହସ୍ପିଟାଲ ହୋଇଥାଇପାରେ କିମ୍ବା ଅଲଗା ପ୍ରବେଶ ତଥା ପ୍ରସ୍ଥାନ ମାର୍ଗ ଥିବା ହସ୍ପିଟାଲର ଗୋଟିଏ ବ୍ଲକ ହୋଇପାରେ।
ଏଥିରେ ଆଇସିୟୁ, ଭେଣ୍ଟିଲେଟର ଏବଂ ଅକ୍ସିଜେନ ସୁବିଧା ଥିବା ଶଯ୍ୟା ଥିବା ଆବଶ୍ୟକ।
ବର୍ତ୍ତମାନସୁଦ୍ଧା ଦେଶରେ ୪୪୨୧ ଜଣ କୋଭିଡ-୧୯ ସଂକ୍ରମିତଙ୍କ ମଧ୍ୟରୁ ୧୧୭ ଜଣ ପ୍ରାଣ ହରାଇଥିବା ଜଣାଯାଇଛି। ୩୨୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି।

କୋଭିଡ-୧୯ ସଂକ୍ରାନ୍ତରେ ସମସ୍ତ ପ୍ରକାରର ବୈଷୟିକ ପ୍ରସଙ୍ଗ, ଗାଇଡ ଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେରେ ନିୟମିତ ଭାବେ ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

- Advertisement -

କୋଭିଡ-୧୯ ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19@gov.inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.inରେ ଇମେଲ କରନ୍ତୁ।
କୋଭିଡ-୧୯ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ।

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories