www.samajalive.in
Sunday, December 7, 2025
18.1 C
Bhubaneswar

କରୋନା ପରୀକ୍ଷା: ଆଇସିଏମଆରକୁ ମିଳିବ ୭ ଲକ୍ଷ କିଟ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ କରୋନା ପରୀକ୍ଷା ସଂଖ୍ୟା ଭାରତରେ ବହୁତ୍‌ କମ୍‌ ରହିଛି। କିନ୍ତୁ ଏହି ପରିସ୍ଥିତି ବେଶୀ ଦିନ ରହିବ ନାହିଁ। କାରଣ କରୋନା ପରୀକ୍ଷା କରିବା ଲାଗି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର)କୁ ପ୍ରାୟ ୭ ଲକ୍ଷ କିଟ୍‌ ଯୋଗାଇ ଦିଆଯିବ। ଆସନ୍ତା ୮ ତାରିଖ ସୁଦ୍ଧା ପରୀକ୍ଷା କିଟ୍‌ ମିଳିଯିବ ବୋଲି ସୂଚନା ମିଳିଛି। ଫଳରେ ଦେଶରେ କରୋନାର ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକରେ ବହୁ ସଂଖ୍ୟାରେ ପରୀକ୍ଷା କରାଯାଇ ପାରିବ। ପର୍ଯ୍ୟାୟକ୍ରମେ ଆଇସିଏମଆରକୁ ପରୀକ୍ଷା କିଟ୍‌ ମିଳିବ। ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ପରୀକ୍ଷା କିଟ୍‌ ଆସିବ। ଏଥିପାଇଁ ଅର୍ଡର ଦିଆଯାଇଛି। ଏହା ପରେ ଅବଶିଷ୍ଟ କିଟ୍‌ ଆସିବ ବୋଲି ସୂଚନା ମିଳିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories