କରୋନା ରିପୋର୍ଟ ନେଗେଟିଭ୍‌; ହସ୍ପିଟାଲରୁ ଡିସଚାର୍ଜ ହେଲେ କନିକା କପୁର

ଲକ୍ଷ୍ନୌ: ବଲିଉଡ୍‌ ଗାୟିକା କନିକା କପୁର ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସୋଲେଶନ ୱାର୍ଡରେ ତାଙ୍କୁ ରଖି ଚିକିତ୍ସା କରାଯାଉଥିଲା। ଷଷ୍ଠ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ସୂଚନାଯୋଗ୍ୟ, କନିକା ମାର୍ଚ୍ଚରେ ଲଣ୍ଡନରୁ ଫେରିବା ପରେ ସେ ରହୁଥିବା ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଦେଶର ବଡ଼ ବଡ଼ ରାଜନେତା ଏବଂ ଭିଆଇପିମାନେ ସାମିଲ ହୋଇଥିଲେ। ପାର୍ଟି ପରେ ପରେ ତାଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଦେଖାଦେଇଥିଲା। ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ଗତ ମାସ ୨୦ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କନିକାକୁ ଏଥିପାଇଁ ସୋସିଆଲ ମିଡିଆରେ ଅନେକ ସମାଲୋଚନା କରାଯାଇଥିଲା।

Comments are closed.