www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ପ୍ରତିଷ୍ଠା ଦିବସରେ ମୋଦୀଙ୍କ ଆହ୍ବାନ: ଏହି ଲଢ଼େଇ ବହୁତ ଲମ୍ବା, ଥକିବାର ନାହିଁ କି ହାରିବାର ନାହିଁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ବରେ ମହାମାରୀ ସାଜିଛି। ଭାରତ ଅନ୍ୟ ସବୁ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ, ଯିଏ ଏହି ଭୂତାଣୁକୁ ବୁଝିଛି ଏବଂ ଏହା ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ କରିଛି। ଏହା ଏକ ଲମ୍ବା ଲଢ଼େଇ। ଏଥିରେ ଥକିବାର ନାହିଁ କି ହାରିବାର ନାହିଁ। ଲମ୍ବା ଯୁଦ୍ଧ ପରେ ବି ଆମକୁ ଜିତିବାର ଅଛି। ବିଜୟୀ ହୋଇ ଫେରିବାର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପିର ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ସୋମବାର ମୋଦୀ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏହି ଉଦବୋଧନ ଦେଇଛନ୍ତି। ଏହା ସହିତ କାର୍ଯ୍ୟକର୍ତ୍ତାମାନଙ୍କୁ ୫ଟି କାର୍ଯ୍ୟ କରିବାକୁ କହିଛନ୍ତି। ସେଥିରେ କରୋନା ବିରୋଧୀ ଲଢ଼େଇରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ମଧ୍ୟ ସାମିଲ ରହିଛି। ସେହିପରି ପିଏ କେୟାର ପାଣ୍ଠିକୁ ସହାୟତା କରିବା ଲାଗି ମୋଦୀ କାର୍ଯ୍ୟକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ୫ଟି ଇଚ୍ଛାକୁ କାର୍ଯ୍ୟକାରୀ କରିବାକୁ ଦଳୀୟ କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ।

୧- ଲକ୍ଷ ଲକ୍ଷ ଲୋକ ପିଏ କେୟାର ପାଣ୍ଠିକୁ ଦାନ କରୁଛନ୍ତି। ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତା ନିଜେ ଏହି ପାଣ୍ଠିକୁ ଦାନ କରିବା ସହିତ ଅନ୍ୟ ୪୦ ଜଣଙ୍କୁ ଦାନ ପାଇଁ ପ୍ରେରିତ କରନ୍ତୁ।

- Advertisement -

୨- କରୋନା ବିରୋଧୀ ଲଢ଼େଇରେ ସହଯୋଗ କରିବା ଲାଗି ଆରୋଗ୍ୟ ସେତୁ ଆପ ବିକଶିତ କରାଯାଇଛି। ଅଧିକରୁ ଅଧିକ ଲୋକଙ୍କ ନିକଟରେ ସୂଚନା ପହଞ୍ଚୁ ଏବଂ ଜଣେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଅତି କମରେ ୪୦ ଜଣଙ୍କ ମୋବାଇଲରେ ଏହି ଆପ୍‌ ଇନ୍‌ଷ୍ଟାଲ କରାନ୍ତୁ। ୩- ଧନ୍ୟବାଦ ଅଭିଯାନ ପାଇଁ ଦଳ ୫ଟି ଭିନ୍ନ ଭିନ୍ନ ବର୍ଗ ଗଠନ କରିଛି। ପ୍ରଥମ ବର୍ଗରେ ନର୍ସ ଏବଂ ଡାକ୍ତରମାନେ ରହିଛନ୍ତି। ୨ୟ ବର୍ଗରେ ସଫେଇ କର୍ମଚାରୀ, ୩ୟରେ ପୁଲିସ କର୍ମଚାରୀ, ୪ର୍ଥରେ ବ୍ୟାଙ୍କ ଓ ପୋଷ୍ଟ ଅଫିସ କର୍ମଚାରୀ ଏବଂ ୫ମରେ ଅତ୍ୟାବଶ୍ୟକ ସେବାରେ ଲାଗିଥିବା ସମସ୍ତ କର୍ମଚାରୀ।

୪- ପ୍ରତ୍ୟେକ ଗରିବଙ୍କ ନିକଟରେ ରାସନ ସାମଗ୍ରୀ ପହଞ୍ଚାଇବା ଲାଗି ଅବିରତ ସେବା ଅଭିଯାନ କରନ୍ତୁ।

୫- ପ୍ରତି କାର୍ଯ୍ୟକର୍ତ୍ତା ଅତି କମରେ ୫-୭ ଜଣଙ୍କ ପାଇଁ ଫେସମାସ୍କ ତିଆରି କରନ୍ତୁ ଏବଂ ତାହାକୁ ବିତରଣ କରନ୍ତୁ।

ମୋଦୀ ଆହୁରି କହିଥିଲେ, ରବିବାର ରାତିରେ ୧୩୦ କୋଟି ଦେଶବାସୀଙ୍କ ସାମୁହିକ ଶକ୍ତିର ଦର୍ଶନ କରିଛି। ସବୁ ବର୍ଗ, ସବୁ ବୟସର ଲୋକ, ଧନୀ-ଗରିବ ସମସ୍ତେ ମିଶି ଏକତାର ଏହି ଶକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ନିଜର ସଙ୍କଳ୍ପକୁ ଆହୁରି ଦୃଢ଼ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories