www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ସହାୟତା ଲାଗି ‘ଷ୍ଟାଚ୍ୟୁ ଅଫ ୟୁନିଟି’କୁ ବିକ୍ରି ପାଇଁ ଓଏଲଏକ୍ସରେ ବିଜ୍ଞାପନ, ପୁଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ସାରା ବିଶ୍ବରେ ଏକତାର ପରିଚୟ ଦେଉଥିବା ଭାରତୀୟ ସ୍ମାରକୀ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ବିକ୍ରି କରିବା ଲାଗି ଅନ୍‌ଲାଇନ ମାର୍କେଟିଂ ସାଇଟ୍‌ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି। କରୋନା ଭୂତାଣୁ ପାଇଁ ଦାନ ଅର୍ଥ ସଂଗ୍ରହ ଲାଗି ଏହାକୁ ବିକ୍ରି କରାଯିବ ବୋଲି କେହି ଜଣେ ବ୍ୟକ୍ତି ଏହି ବିଜ୍ଞାପନ ଦେଇଛି। ଏଭଳି କରି ସେ ସରକାରଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

ସର୍ଦ୍ଦାର ବଲଭ ଭାଇ ପଟେଲଙ୍କ ଉଦ୍ଦେଶ୍ୟରେ ଗୁଜରାଟର କେଭାଡିଆ କଲୋନୀରେ ନିର୍ମିତ ଏହି ବିଶାଳକାୟ ପ୍ରତିକୂର୍ତ୍ତିକୁ କରୋନା ଚିକିତ୍ସା ଏବଂ ସ୍ବାସ୍ଥ୍ୟସେବା ଉପକରଣ ପାଇଁ ଦାନ କରିବା ଲାଗି ୩୦ ହଜାର କୋଟି ଟଙ୍କାରେ ବିକ୍ରି ପାଇଁ ବିଜ୍ଞାପନ ଦିଆଯାଇଥିଲା। ଏହା ନଜରକୁ ଆସିବା ପରେ କମ୍ପାନୀ ପକ୍ଷରୁ ଉକ୍ତ ବିଜ୍ଞାପନକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏ ସମ୍ପର୍କରେ ଏକ ଖବରକାଗଜରେ ରିପୋର୍ଟ ପ୍ରକାଶିତ ହେବା ପରେ ଷ୍ଟାଚ୍ୟୁ ଅଫ ୟୁନିଟିର କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

- Advertisement -

ସରକାରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ କେହି ଜଣେ ଅପଚେଷ୍ଟା କରିଥିବା ଷ୍ଟାଚ୍ୟୁ ଅଫ ୟୁନିଟିର ସହକାରୀ କମିଶନର ନିଲେଶ ଦୁବେ ବିବୃତି ଜାରି କରି କହିଛନ୍ତି। ଓଏଲଏକ୍ସ ବି ଏହି ବିଜ୍ଞାପନକୁ ଯାଞ୍ଚ ନ କରି ପୋଷ୍ଟ କରିବାକୁ ଅନୁମତି ଦେଇଥିବା ଦୁବେଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିବୃତିରେ କୁହାଯାଇଛି। ଏ ନେଇ ଆଇପିସି ଧାରା ୫୦୫, ୪୧୭, ୪୬୯ ଅନୁସାରେ ଏତଲା ରୁଜୁ ହୋଇଥିବା ସେ କହିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories