www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରସ୍ତୁତ ହେଉଛି କୋଭିଡ୍‍-୧୯ ପ୍ରତିଷେଧକ ଟୀକା ‘କୋରୋଫ୍ଲୁ ‘

ସମାଜ ପୋର୍ଟାଲ ଡେସ୍କ: ହାଇଦ୍ରାବାଦର ଭାରତ ବାୟୋଟେକ୍‍ କମ୍ପାନୀ ଖୁବ୍‍ ଶୀଘ୍ର କୋଭିଡ୍‍-୧୯ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାକୁ ଯାଉଛି। ଏହି ପ୍ରତିଷେଧକ ଟୀକା ନାଜାଲ ଡ୍ରପ୍‍ ଆକାରରେ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡକ୍ଟର କ୍ରୀଷ୍ଣା ଏଲା କହିଛନ୍ତି। କମ୍ପାନୀ ତରଫରୁ ଗତ ୩ ମାସ ଧରି ଏ ସଂକ୍ରାନ୍ତରେ ଗବେଷଣା ଓ ପରୀକ୍ଷାନିରୀକ୍ଷା କରାଯାଇ ଆସୁଛି ଏବଂ ନିକଟରେ ପ୍ରାଣୀଙ୍କ ଉପରେ ଏହାର ପରୀକ୍ଷା କରାଯାଉଛି। ଭାରତରେ ଏହାର ଉପଯୋଗ ପାଇଁ ଅନ୍ୟ କମ୍ପାନୀ ସହିତ ମିଶି ଆବଶ୍ୟକ ପରିମାଣର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ସକାଶେ ଏହାର ସାମର୍ଥ୍ୟ ଥିବା ଏଲା କହିଛନ୍ତି।

ଭାରତୀୟ ଔଷଧ ମହାନିର୍ଦ୍ଦେଶାଳୟ ସହିତ କମ୍ପାନୀ ଏହାର ଅନୁମୋଦନ ହାସଲ କରିବା ପାଇଁ ସମ୍ପର୍କରେ ଅଛି। ଏହି ଟୀକା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହାର ବ୍ୟବହାର ଅତି ସରଳ ଏପରିକି ଜଣେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରି ପାରିବ।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories