www.samajalive.in
Saturday, December 13, 2025
23.1 C
Bhubaneswar

କରୋନାରେ ଗଲାଣି ୫୯ ହଜାର ୪୫୬ ଜୀବନ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୫୯ ହଜାର ୪୫୬ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ଚୀନରେ ସୃଷ୍ଟି ହୋଇଥିବା କରୋନା ସଂକ୍ରମଣ ଏବେ ୧୯୦ଟି ଦେଶର ୧୧ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ୨ଲକ୍ଷ ୧୧ହଜାର ୬୦୦ ଜଣ ଚିକିତ୍ସା ପରେ ଏହି ସଂକ୍ରମଣରୁ ମୁକ୍ତ ହୋଇସାରିଛନ୍ତି। ଅଧିକାଂଶ ରାଷ୍ଟ୍ର କେବଳ ପରୀକ୍ଷା ଦ୍ୱାରା ସଂକ୍ରମଣ ହୋଇଛି କି ନାହିଁ ଜାଣୁଥିବା ବେଳେ ଏ ପର୍ଯ୍ୟନ୍ତ ସଂକ୍ରମିତମାନଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା କରିପାରି ନାହାନ୍ତି। ଇଟାଲୀରେ ସର୍ବାଧିକ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ସ୍ପେନ୍‍ ରହିଛି। ଫ୍ରାନ୍ସରେ ପ୍ରାୟ ୭ହଜାର ଲୋକ କୋଭିଡ୍‍-୧୯ରେ ମୃତ୍ୟୁ ବରଣ କରିଥିଲା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ୭ହଜାରରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇ ସାରିଛନ୍ତି।

କୋଭିଡ୍‍-୧୯ ସଂକ୍ରମଣରେ ଭାରତରେ ମୃତ୍ୟୁ ସଂଖ୍ୟା ୭୫କୁ ଅତିକ୍ରମ କରିଛି। କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବା ବେଳେ ଏବେ ଏହି ସଂଖ୍ୟା ୩ହଜାର ୭୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories