www.samajalive.in
Wednesday, December 10, 2025
14.1 C
Bhubaneswar

କରୋନା ସଂକ୍ରମଣ – ନିୟନ୍ତ୍ରଣରେ ଅଛି ଭାରତର ସ୍ଥିତି

ସମାଜ ପୋର୍ଟାଲ ଡେସ୍କ: ଭାରତରେ କୋଭିଡ୍‍-୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିଲା ବେଳେ ଏହି ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି। ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପି.ଏସ୍‍. ଶ୍ରୀବାସ୍ତବ କହିଛନ୍ତି ଯେ ଦେଶରେ ଲକ୍‍ଡାଉନ କଟକଣା ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସନ୍ତୋଷଜନକ ଥିବା ସେ କହିଛନ୍ତି, ଗତ ଶୁକ୍ରବାର ଦିନ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ପ୍ରଥମ ଦଫାରେ ୧୧ହଜାର ୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଶ୍ରୀବାସ୍ତବ କହିଛନ୍ତି।

ତବ୍‍ଲିଘ୍‍ ଜମାତ୍‍ ସଦସ୍ୟମାନଙ୍କୁ ବ୍ୟାପକ ଉଦ୍ୟମ ବଳରେ ଚିହ୍ନଟ କରାଯାଉଛି। ତବ୍‍ଲିଘ୍‍ ଜମାତ୍‍ ସଦସ୍ୟ ଓ ସେମାନଙ୍କର ବନ୍ଧୁ ପରିଜନବର୍ଗଙ୍କୁ ନେଇ ମୋଟ୍‍ ପ୍ରାୟ ୨୨ହଜାର ଜଣଙ୍କୁ କ୍ୱାରେଣ୍ଟାଇନ୍‍ରେ ରଖାଯାଇଥିବା ସେ କହିଛନ୍ତି। ଏହି ୨୨ହଜାର ମଧ୍ୟରେ ୯ ପ୍ରତିଶତଙ୍କ ବୟସ ଶୂନ୍‍ରୁ ୨୦ ବର୍ଷ ଥିଲାବେଳେ ୪୨ ପ୍ରତିଶତ ୨୧ରୁ ୪୦ ବର୍ଷ ମଧ୍ୟରେ ଓ ୩୩ ପ୍ରତିଶତ ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories