www.samajalive.in
Saturday, December 6, 2025
14.1 C
Bhubaneswar

ଅପପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ: ଡ଼ିଜିପି

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରାନ୍ତ ଅପପ୍ରଚାର କରିବା ଓ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଏ ସଂକ୍ରାନ୍ତରେ ଲୋକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ସରକାର ଅତ୍ୟନ୍ତ ସତର୍କତାର ସହ କରୋନା ମୁକାବିଲା ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଅନିବାର୍ଯ୍ୟ। କିନ୍ତୁ କିଛି ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ନକରାତ୍ମକ ପ୍ରଚାର କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ନେଇ ଅଭୟ କଠୋର ମନୋଭାବ ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ସୋସିଆଲ ମିଡ଼ିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କରିବା ପରି କିଛି ଅପପ୍ରଚାରକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ଆଜି ଭୁବନେଶ୍ୱର ଗୀତ ଗୋବିନ୍ଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି ଉପରେ ତଥ୍ୟ ଓ ପରିସଂଖ୍ୟାନ ଦେବା ସମୟରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ଗୁଜବ ଓ ଅପପ୍ରଚାର ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories