www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକା ସ୍ଥିତି ଭୟଙ୍କର

ୱାଶିଂଟନ: ସାରା ବିଶ୍ବରେ ଏବେ କରୋନା ଆତଙ୍କ। ଚୀନରୁ କରୋନା ଯାଇ ମଧ୍ୟପ୍ରାଚ୍ୟ ଓ ୟୁରୋପରେ ନିଜର ଭୟଙ୍କର ରୂପ ଦେଖାଇବା ପରେ ଏବେ ଆମେରିକା ମହାଦେଶରେ ମେଲାଇଛି କାୟା। କିଛିଦିନ ତଳେ କରୋନାକୁ ଡ଼ରିବାର ନାହିଁ ବୋଲି ଦମ୍ଭୋକ୍ତି ବାଢ଼ୁଥିବା ମାର୍କିନ୍ ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ସ୍ବରରେ ଏବେ ଭୟର ଝଲକ। ଆମେରିକାରେ କରୋନାର ସ୍ଥିତିକୁ ନେଇ ୩ ଦିନ ତଳେ ନିଜର ବକ୍ତବ୍ୟ ରଖିବା ବେଳେ ଏହା ଭୟଙ୍କର ରୂପ ନେଇପାରେ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପ ଦେଶକୁ ସମ୍ବୋଧନ କରିବାର ଠିକ୍ ପର ମୁହୂର୍ତ୍ତରେ ଦେଶର ବିଭିନ୍ନ କମ୍ପାନୀଗୁଡ଼ିକର ସେୟାରରେ ଆଶାତୀତ ହ୍ରାସ ଘଟିଥିଲା। ଏହାର ୩ ଦିନ ପରେ ଆମେରିକାରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ବାସ୍ତବରେ କଳ୍ପନାତୀତ ଓ ଚିନ୍ତାଜନକ।

ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଆମେରିକାରେ ନିଜର ଚାକିରି ହରାଇଛନ୍ତି। ୨୦୦୯ରେ ଆମେରିକାରେ ସୃଷ୍ଟ ଅର୍ଥନୈତିକ ବିପର୍ଯ୍ୟୟ ପରେ ପ୍ରଥମଥର ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଚାକିରି ହରାଇଥିବା ଯୁବଗୋଷ୍ଠୀ ମଧ୍ୟରୁ ଅଧିକାଂଶଙ୍କ ବିଭିନ୍ନ ହୋଟେଲ, ରେସ୍ତୋଁରା, ମଦ୍ୟଶାଳାରେ ନିଯୁକ୍ତି ପାଇଥିଲେ। ସମ୍ପ୍ରତି ଏହି ହୋଟେଲ୍, ମଦ୍ୟଶାଳା ଓ ରେସ୍ତୋଁରାଗୁଡ଼ିକ ବନ୍ଦ ହୋଇ ଯାଇଥିବାରୁ ସେମାନଙ୍କର ଦାନାପାଣି ମଧ୍ୟ ବୁଡି ଯାଇଛି। ଗତ ଗୁରୁବାର ଦିନ ୬.୬ ନିୟୁତ ଶ୍ରମିକ ନିଯୁକ୍ତି ହରାଇଥିବା ତଥ୍ୟ ସରକାରଙ୍କ ନିକଟରେ ଦରଜ କରାଇଛନ୍ତି ବୋଲି ମାର୍କିନ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories