www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀ: ଦୋକାନ ତାଲା ଭାଙ୍ଗି ମଦ ଲୁଟ୍

ଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ଡ଼ାଉନ୍ । ଓଡ଼ିଶା ପରି କିଛି ରାଜ୍ୟରେ ଏହାକୁ ଅତି କଠୋର ଭାବରେ ପାଳନ ପାଇଁ ବ୍ୟବସ୍ଥା ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଭିନ୍ନ ସବୁ ଦୋକାନବଜାର ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ମାତ୍ର ମଦୁଆଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ବଡ଼ ଅସହ୍ୟ ହୋଇଛି । ମଦ ପିଇବା ପାଇଁ କେରଳରେ ଡ଼ାକ୍ତରୀ ଚିଠା ବାହାନାରେ ଲୋକ ମଦ କିଣୁଛନ୍ତି । ହେଲେ ଦିଲ୍ଲୀର ମଦୁଆ ମଦ ପାଇଁ ସିଧା ଭାଙ୍ଗିଛନ୍ତି ମଦ ଦୋକାନ ତାଲା।  ଘଟଣାଟି ଘଟିଛି ଉତ୍ତର ଦିଲ୍ଲୀର ରୋଶନାରା ରୋଡ଼ ଅଞ୍ଚଳରେ । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ କଞ୍ଜୁମର କୋ ଅପରେଟିଭ ହୋଲସେଲ୍ ଷ୍ଟୋର ଲିମିଟେଡ଼୍ (ଡ଼ିସିସିଡ଼ବ୍ଲୁଏସ୍)ର ମଦ ଦୋକାନର ତାଲା ଭାଙ୍ଗି କିଛି ପେଟି ମଦ ଚୋରି ହୋଇଛି । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି । ସମ୍ପ୍ରତି ଲକ୍ ଡ଼ାଉନ୍ ଯୋଗୁଁ ଦିଲ୍ଲୀରେ ଅପରାଧ ସଂଖ୍ୟା ୪୨% ପର୍ଯ୍ୟନ୍ତ କମ୍ ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories