www.samajalive.in
Monday, December 15, 2025
16.1 C
Bhubaneswar

ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କ୍ରୟ ପ୍ରସ୍ତାବକୁ ମନ୍ତ୍ରୀସ୍ତରୀୟ କମିଟିର ମଞ୍ଜୁରୀ

ସମାଜ ପୋର୍ଟାଲ ଡେସ୍କ: କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କ୍ରୟ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀସ୍ତରୀୟ କମିଟି ମଞ୍ଜୁରୀ ଦେଇଛି। ଭିଡିଓ କନଫରେନ୍ସି ଦ୍ୱାରା ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ସଂକାନ୍ତରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କିଣାଯିବା ସହିତ ରାଜ୍ୟରେ କିଭଳି ଅଧିକ ସ୍ଥାନରେ କୋରନା ସଂକ୍ରମଣ ପରୀକ୍ଷା ହେବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଆର.ଏମ.ଆର.ସି, ଏମସ୍‍, ଭିମସାର ଏବଂ କଟକ ଏସସିବିରେ ଏହି ପରୀକ୍ଷା ହେଉଛି। ଆଗାମୀ ଦିନରେ ବ୍ରହ୍ମପୁର ଏମକେସିଜି, ରାଉରକେଲାର ଆରଜିଏଚ୍‍ ସହିତ ରାୟଗଡା ଓ କଳାହାଣ୍ଡିରେ ଯେଭଳି ଏହି ପରୀକ୍ଷା ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।

ସେହିଭଳି ବର୍ତ୍ତମାନ ଭୁବନେଶ୍ୱରର ସମ୍‍ ହସ୍ପିଟାଲ ଓ କିମ୍‍ସ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇଥିବା ବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ହୋଇଛି। ରାଉରକେଲାର ହାଇଟେକ୍‍ ହସ୍ପିଟାଲ ସହିତ ମିଳିତ ଭାବେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ବୈଠକରେ ସ୍ଥିର ହୋଇଛି। ଏଥି ସହିତ ଆଗାମୀ ଦିନରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

- Advertisement -

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି ପିଲାଙ୍କୁ ଘରେ ଖାଦ୍ୟ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ଏହାକୁ ଆଗାମୀ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସ୍ଥିର ହୋଇଛି। ଆଜି ବୈଠକରେ ଏହିସବୁ ନିଷ୍ପତି ହୋଇଥିବାବେଳେ ଆଗାମୀ ଦିନରେ ପୁଣି ବୈଠକ ବସି ଆବଶ୍ୟକ ଅନୁଯାୟୀ ନିଷ୍ପତି ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories