www.samajalive.in
Sunday, December 14, 2025
14.1 C
Bhubaneswar

କୋଭିଡ-୧୯ ମୁକାବିଲା ପାଇଁ ପରବର୍ତ୍ତୀ ପ୍ୟାକେଜ୍ ପ୍ରସ୍ତୁତ କରୁଛି ଅର୍ଥ ମନ୍ତ୍ରାଳୟ

ସମାଜ ପୋର୍ଟାଲ ଡେସ୍କ: ଭାରତ କରୋନା ସଂକ୍ରମଣର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରବେଶ କରୁଥିବା ବେଳେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ଅସୁବିଧାର ମୁକାବିଲା ପାଇଁ ଅର୍ଥ ମନ୍ତ୍ରାଳୟ ଦେଶବାସୀଙ୍କ ପାଇଁ ଦ୍ଵିତୀୟ ପ୍ୟାକେଜ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ ପରବର୍ତ୍ତୀ ପ୍ୟାକେଜ୍ ୧.୭ ଲକ୍ଷ କୋଟିରୁ ଅଧିକ ହେବ ଯାହା ପ୍ରଥମ ପ୍ୟାକେଜ ସ୍ୱରୂପ ଘୋଷଣା କରାଯାଇଥିଲା।

ଶିଳ୍ପଦ୍ୟୋଗିମାନେ କେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଚଳିତ ସପ୍ତାହରେ ଅମିତାଭ କାନ୍ତଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆୟକର ବିଭାଗର ଅଧିକାରୀମାନେ ତିନିଥର ଆଲୋଚନା କରିଛନ୍ତି।

- Advertisement -

ଦ୍ଵିତୀୟ ପ୍ୟାକେଜ୍ ବିଷୟରେ ଆଲୋଚନା କରିବା ପାଇଁ ମାରୁତି ସୁଜୁକି ଇଣ୍ଡିଆର ଆରସି ଭାର୍ଗବ, ମହିନ୍ଦ୍ରା ଏବଂ ମହିନ୍ଦ୍ରାର ପବନ ଗୋଏଙ୍କା, ମେଦାନ୍ତର ନରେଶ ତ୍ରେହାନ୍, ଭାରତ ଫୋର୍ଜ ଲିମିଟେଡର ଅମିତ କଲ୍ୟାଣୀ ଓ ଟାଟା ସନ୍ସର ବନମାଲି ଅଗ୍ରୱାଲଙ୍କ ଭଳି ଅନେକ ଶିଳ୍ପପତି ସରକାରୀ ଅଧିକାରୀଙ୍କୁ ଭେଟିଛନ୍ତି। ଅନୁଷ୍ଠିତ ବୈଠକରେ ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି ଏବଂ ଭବିଷ୍ୟତରେ ଅର୍ଥନୀତିକୁ ପୁଣି ଟ୍ରାକକୁ ଆଣିବା ଉଦ୍ଦେଶ୍ୟରେ ଉତ୍ସାହଜନକ ପ୍ୟାକେଜ ପାଇଁ ଦାବି କରାଯାଇଛି। କରୋନା ଭାଇରସ୍ କାରଣରୁ ଶିଳ୍ପଗୁଡିକ ଉପରେ ପ୍ରତିକୂଳ ପ୍ରଭାବ ପଡିଛି ଏବଂ ପୁଣି ଟ୍ରାକକୁ ଫେରିବା ପାଇଁ ସରକାରୀ ସହାୟତା ନିଶ୍ଚିତ ଆବଶ୍ୟକ ହେବ ବୋଲି ଶିଳ୍ପପତିମାନେ କହିଛନ୍ତି।

ଇତି ମଧ୍ୟରେ ଅଟୋମୋବାଇଲ୍, ବିମାନ ଚଳାଚଳ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ ପରି କେତେକ କ୍ଷେତ୍ର ସରକାରଙ୍କୁ ବିସ୍ତୃତ ପ୍ରସ୍ତାବ ପଠାଇ ସାରିଛନ୍ତି। ବିମାନ ଚଳାଚଳ କ୍ଷେତ୍ର ୧୧ହଜାର କୋଟି ଟଙ୍କାର ପ୍ୟାକେଜ ପାଇଁ ଦାବି କରିଥିବା ବେଳେ ରେଷ୍ଟୁରାଣ୍ଟ ଆସୋସିଏସନ କର୍ମଚାରୀଙ୍କ ପାଇଁ ବେକାରୀ ବେତନ ଦେବା ତଥା ଟିକସ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି। ଏ ସବୁ ଦୃଷ୍ଟିରୁ ସରକାର ଏଥର ଏକ ବଡ ପ୍ୟାକେଜ୍ ଦେବାକୁ ଚେଷ୍ଟା କରୁଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories