BJD Bijuli 480×75 Mob

ଯୁବକଙ୍କର ମୃତଦେହ ଉଦ୍ଧାର

BJD Bijuli 480×75 Mob

ଯାଜପୁର : ଯାଜପୁର ଜିଲା ବୈରୀ ପୁଲିସ ଟ୍ରେନିଂ କ୍ୟାମ୍ପ ନିକଟ ଖୋଲା ପଡିଆରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ସକାଳ ସମୟରେ ନିୟମିତ ବ୍ୟାୟାମ କରିବାକୁ ଯାଉଥିବା କିଛି ଲୋକ ପଡ଼ିଆରେ ଯୁବକଙ୍କୁ ଏଭଳି ଅବସ୍ଥାରେ ପଡିରହିଥିବା ଦେଖି ପୁଲିସକୁ ଜଣାଇଥିଲେ। ମୃତ ଯୁବକ ଜଣକ ଶରୀରର ସମ୍ମୁଖ ଓ ପଛ ପାର୍ଶ୍ୱର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ବୈରୀ ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.