www.samajalive.in
Saturday, December 6, 2025
19.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବିଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌‌) ସାଂସଦ ସ୍ୱାତି ମାଲିୱାଲଙ୍କୁ ଅସଦାଚରଣ ମାମଲାରେ ଦିଲ୍ଲୀ ପୁଲିସ ମୁଖ୍ୟ ଅଭିଯୁକ୍ତ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରୁ ଶନିବାର ଗିରଫ କରିଛି। ବିଭବ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ। ସ୍ୱାତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବାବେଳେ ବିଭବ ତାଙ୍କୁ ମାରପିଟ କରିବା ସହିତ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ସ୍ୱାତି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବିଭବଙ୍କୁ ଖୋଜୁଥିଲା।

ତେବେ ବିଭବ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହା ପରେ ଏସଏଚଓ ଏବଂ ଅତିରିକ୍ତ ଡିସିପିଙ୍କ ସହିତ ପୁଲିସ ଟିମ୍‌‌ ଶନିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ବେଳକୁ ବାସଭବନ ମୁଖ୍ୟ ଫାଟକ ଖୋଲା ରହିଥିଲା। ତେଣୁ ଗାଡ଼ିକୁ ଗେଟ୍‌‌ରେ ରୋକାଯାଇ ନ ଥିଲା। ପୁଲିସ ଟିମ ଆସୁଥିବା ନେଇ ପୂର୍ବରୁ ଖବର ଦିଆଯାଇଥିବାରୁ ଗୋଟ୍‌‌ ଖୋଲା ରଖାଯାଇଥିଲା। ପୁଲିସ ବାସଭବନରେ ପହଞ୍ଚିବା ପରେ ସେଠାରୁ ବିଭବଙ୍କୁ ଗିରଫ କରିଥିଲା।

- Advertisement -

ଅନ୍ୟପଟେ ଗିରଫଦାରି ପୂର୍ବରୁ ବିଭବ ପୁଲିସକୁ ଏକ ମେଲ୍‌‌ କରିଥିଲେ। ପୁଲିସକୁ ସେ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଲେଖିଥିଲେ। ଏତଲା ସମ୍ପର୍କରେ ସେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଏତଲା ସମ୍ପର୍କରେ କୌଣସି ନୋଟିସ ପଠାଯାଇ ନାହିଁ ବୋଲି ମେଲ୍‌‌ରେ ଦର୍ଶାଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories