www.samajalive.in
Sunday, December 7, 2025
16.1 C
Bhubaneswar

ଲକ୍‍ଡାଉନ ସମୟରେ ଚୋରା ଚାଲାଣ କୋଇଲା ବୋଝେଇ ଟ୍ରକ୍‍ ଜବତ, ଡ୍ରାଇଭର ଗିରଫ

ପିପିଲି : ପିପିଲିରେ ଲକ୍‍ଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପୁରୀ ଜିଲାର ଦୁଇଟି ପ୍ରବେଶ ପଥକୁ ସଂପୂର୍ଣ୍ଣ ଭାବେ ସିଲ୍‍ କରି ଦିଆଯାଇଛି । ପିପିଲି-ଜଟଣୀ ରାସ୍ତାରେ କାକୁଡିଆ ଠାରେ ଜିଲାର ସୀମାକୁ ପୁଲିସ ସଂପୂର୍ଣ୍ଣ ଭାବେ ସିଲ୍‍ କରି ଦେଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‍ପ୍ଲାଜା ଠାରେ ସିଲ୍‍ କରାଯାଇଛି। ଉଭୟ ସ୍ଥାନରେ ପୁଲିସ ୨୪ଘଣ୍ଟିଆ ପ୍ରହରା ଦେବା ସହ ବାହାର ଜିଲାର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ ପୁଲିସ କଟକଣା ଲଗାଇଛି।

ଗତକାଲି ବିଳମ୍ବିତ ରାତିରେ ପିପିଲି ଟୋଲ୍‍ପ୍ଲାଜା ଠାରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଚୋରାଚାଲାଣ କରୁଥିବା ଏକ କୋଇଲା ବୋଝେଇ ଟ୍ରକ୍‍କୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲା । ଉକ୍ତ ଟ୍ରକରେ ୨୦ ଟନ୍‍ ଚୋରା କୋଇଲା ଥିବା ବେଳେ ତାହା ଚନ୍ଦନପୁର ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ଏସଂପର୍କରେ ପୁଲିସ ଏସ୍‍ଆଇ ସୁରମା ସ୍ୱାଇଁଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହେବା ସହ ଟ୍ରକ୍‍ର ଡ୍ରାଇଭର ସଦାନନ୍ଦ ନାୟକକୁ ପୁଲିସ ଗିରଫ କରି ଆଜି ପିପିଲି କୋର୍ଟ ଚାଲାଣ କରିଥିଲା। ଗିରଫ ଡ୍ରାଇଭରର ଘର ଢେଙ୍କାନାଳ ଜିଲାରେ ହୋଇଥିବା ଜଣାଯାଇଛି। ସେହିପରି ବିନା କାରଣରେ ରାସ୍ତାରେ ବୁଲୁଥିବା ୧୩ଟି ବାଇକ୍‍ ଓ ୩ଟି ଚାରିଚକିଆ ଗାଡିକୁ ପୁଲିସ ଆଜି ଜବତ କରିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories