www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଭୂତାଣୁର ‘ଆକୃତି’ ଚିହ୍ନଟ କଲେ ଭାରତୀୟ ବୈଜ୍ଞାନିକ, ଫଟୋ ଜାରି

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ଵ ଏବେ କରୋନା ଭୂତାଣୁ ଦ୍ବାରା କବଳିତ। ଦେଶରେ ବର୍ତ୍ତମାନ ସୁଦ୍ଧା ୮୯୮ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଭୂତାଣୁକୁ ନେଇ ପ୍ରଥମ ଥର ଲାଗି ଭାରତୀୟ ବୈଜ୍ଞାନିକମାନଙ୍କୁ ଏକ ସଫଳତା ମିଳିଛି। ସେମାନେ ଏହି ମହାମାରୀ ଭୂତାଣୁର ଆକୃତି ତଥା ରୂପକୁ ଚିହ୍ନଟ କରିବା ସହିତ ତାହାର ଫଟୋ ପ୍ରକାଶ କରିଛନ୍ତି।

Image Courtesy: Aajtak

ମାଇକ୍ରୋସ୍କୋପୀ ଜରିଆରେ ବୈଜ୍ଞାନିକମାନେ ଏହି ଭୂତାଣୁର ଆକୃତିକୁ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଯେଉଁ ଫଟୋ ଜାରି କରିଛନ୍ତି ସେଥିରେ ଭୂତାଣୁର ଆକୃତି ଏକ ବିନ୍ଦୁଠାରୁ ବି ଅନେକ ଗୁଣରେ ଛୋଟ ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ଜାନୁୟାରୀ ୩୦ରେ ଭାତରରେ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀଙ୍କ ଗଳାରୁ ଏହି ଭୂତାଣୁର ନମୁନା ସଂଗ୍ରହ କରାଯାଇଥିଲା। ସେହି ନମୁନାର ପରୀକ୍ଷା କରିବା ପରେ ବୈଜ୍ଞାନିକମାନେ ଭୂତାଣୁର ଆକୃତିକୁ ଚିହ୍ନଟ କରିଛନ୍ତି। ଏହା ପରେ ମାଇକ୍ରୋସ୍କୋପ ଜରିଆରେ ଭୂତାଣୁର ଫଟୋ ଉତ୍ତୋଳନ କରାଯାଇଛି।

- Advertisement -
Image Courtesy: Aajtak

ଏ ସମ୍ପର୍କିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚର ନୂତନ ସଂସ୍କରଣରେ ପ୍ରକାଶିତ ହୋଇଛି। ଏହି ନୂଆ ଉପଲବ୍ଧି ପରେ ଭାରତୀୟ ବୈଜ୍ଞାନିକମାନେ ଖୁବଶୀଘ୍ର ଏହି ଜୀବନ ନାଶକାରୀ ଭୂତାଣୁର ଚିକିତ୍ସା ବାଟ ଖୋଜି ପାଇବେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଆମେରିକା, ଚୀନ ଭଳି ରାଷ୍ଟ୍ର କରୋନା ଭୂତାଣୁ ଉପରେ ଗବେଷଣା ଜାରି ରଖିଛନ୍ତି। କିନ୍ତୁ ଏଯାଏ ଏହାର କୌଣସି ଚିକିତ୍ସା ପଦ୍ଧତି ବାହାର କରିପାରି ନାହାନ୍ତି। କିଛିଦିନ ତଳେ ଆମେରିକା ପକ୍ଷରୁ ଏହାର ଭାକସିନ୍‌ ପ୍ରସ୍ତୁତ ହୋଇଥିବା କୁହାଯିବା ସହିତ ପରୀକ୍ଷାମୂଳକ ଭାବେ ଜଣେ ବ୍ୟକ୍ତିଙ୍କଠାରେ ପ୍ରୟୋଗ କରାଯାଇଥିଲା। କିନ୍ତୁ ଏହାର ସଫଳତା ନେଇ କୌଣସି ତଥ୍ୟ ଦିଆଯାଇନାହିଁ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories