କରୋନାକୁ ଡରନା
‘ସମାଜ’ର ପ୍ରୟାସ: ସୁସ୍ଥ ସମାଜ
କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଏବେ ସବୁଠୁ ସମୃଦ୍ଧଶାଳୀ ରାଷ୍ଟ୍ର ଆମେରିକାକୁ କବଳିତ କରିଛି। ଚୀନ୍ରୁ ଆରମ୍ଭ ଏହି ଭୂତାଣୁରେ ଏବେ ଆମେରିକା ସର୍ବାଧିକ ସଂକ୍ରମିତ। ଆମେରିକାର ଏ ସ୍ଥିତି ଏବେ ଭାରତ ଚିନ୍ତାକୁ ବଢାଇଛି। ଭାରତ ଏହି ସଂକ୍ରମଣ ଚକ୍ରକୁ ଅଟକାଇବା ଲାଗି ଆଗୁଆ ଦେଶବ୍ୟାପୀ ତାଲାବନ୍ଦ କରିଛି। ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ଅଢେଇରୁ ସାଢେ ୩ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ; ମାତ୍ର ପରବର୍ତ୍ତୀକାଳରେ ସଂକ୍ରମଣ ଗାଣିତିକ ସୂତ୍ରଠୁ ଅଧିକ ତୀବ୍ରବେଗରେ ବ୍ୟାପିଥାଏ। ଦିନକରେ ବହୁଗୁଣିତ ହୋଇଥାଏ। ଦକ୍ଷିଣ କୋରିଆର ଜଣେ ୬୧ ବର୍ଷିୟ ମହିଳା ଏବେ ସୁପର େସ୍ପ୍ରଡର(ତୀବ୍ର ସଂକ୍ରମଣକାରୀ) ରୂପେ ୧୧୬୦ ଲୋକଙ୍କୁ ସଂକ୍ରମିତ କରିଛନ୍ତି। ଏଥିରୁ କରାନା ଭୂତାଣୁର ଭୟାବହତା ଅନୁମାନ କରନ୍ତୁ। ସଙ୍ଗରୋଧ, ସାମାଜିକ ଦୂରତ୍ବ ଓ ହାତ ସଫା ସହିତ ନିଜକୁ ସୁରକ୍ଷିତ ରଖିବା ହିଁ ଏକମାତ୍ର ପ୍ରତିଶେଧକ ବିକଳ୍ପ।
Comments are closed.