www.samajalive.in
Friday, December 5, 2025
20.1 C
Bhubaneswar

କରୋନା ମୁକାବିଲା ପାଇଁ ଆରବିଆଇର ପଦକ୍ଷେପ: ରେପୋ ରେଟ୍‌ ୭୫ ବେସିସ ପଏଣ୍ଟ ହ୍ରାସ, ଇଏମଆଇ ୩ମାସ କୋହଳ

ମୁମ୍ବଇ: କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶ ଏକଜୁଟ ହୋଇଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ କ୍ଷେତ୍ରରେ ତା’ର ଭୂମିକା ସ୍ପଷ୍ଟ କରିଛି। କରୋନା ଯୋଗୁ ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଆର୍ଥିକ ସ୍ଥିରତାକୁ ଗୁରୁତ୍ଵ ଦେଇ ଆରବିଆଇ ପକ୍ଷରୁ ରେପୋ ରେଟ୍‌ରେ ୭୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିବାବେଳେ ରିଭର୍ସ ରେପୋ ରେଟ୍‌ରେ ୯୦ ବେସିସ ପଏଣ୍ଟ କମାଯାଇଛି। ଆରବିଆଇର ମନିଟାରି ପଲିସି କମିଟିରେ ଏ ନେଇ ନିଷ୍ପତ୍ତି ହୋଇଥିବା ଶୁକ୍ରବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ନୂଆ ରେପୋ ରେଟ୍‌ ୫.୧୫ ପ୍ରତିଶତରୁ ହ୍ରାସ ପାଇ ୪.୪% ହୋଇଛି। ଏହା ଫଳରେ ସମସ୍ତ ପ୍ରକାର ଋଣରେ ସୁଧ ହାର ହ୍ରାସ ପାଇବା ସହିତ ପୂର୍ବ ତୁଳନାରେ ଏହା ଶସ୍ତା ହେବ। ଏହା ବ୍ୟତୀତ ଆରବିଆଇ ରିଭର୍ସ ରେପୋ ରେଟ୍‌କୁ ୯୦ ବେସିସ ପଏଣ୍ଟ ହ୍ରାସ କରିଥିବାରୁ ଏହା ୪.୯୦ ପ୍ରତିଶତରେ ପହଞ୍ଚିଛି। କ୍ୟାଶ୍‌ ରିଜର୍ଭ ରେସିଓ(ସିଆରଆର) ୧୦୦ ବେସିସ ପଏଣ୍ଟ ହ୍ରାସ ପାଇଁ ୩ ପ୍ରତିଶତ କରାଯାଇଛି। ଏହା ସହିତ ଇଏମଆଇରେ ୩ମାସର ରିହାରି ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

- Advertisement -

ଶକ୍ତିକାନ୍ତ ଦାସ କହିଛନ୍ତି, କରୋନା ଭୂତାଣୁ ଯୋଗୁ ବିଶ୍ଵବ୍ୟାପୀ ଆର୍ଥିକ ଗତିବିଧି ପ୍ରଭାବିତ ହୋଇଛି। ଭାରତ ଉପରେ ଏହାର ପ୍ରଭାବ କେତେ ରହିବ ତାହା ବର୍ତ୍ତମାନ କହିହେବ ନାହିଁ। କିନ୍ତୁ ଅଶୋଧିକ ତୈଳ ଦର ହ୍ରାସ ଯୋଗୁ କିଛିଟା ଅଶ୍ଵସ୍ତି ମିଳିବ। କରୋନା ଯୋଗୁ ଅର୍ଥବ୍ୟବସ୍ଥା ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ଦୃଷ୍ଟିରେ ରଖି ମନିଟାରି ପଲିସି କମିଟି ସମୟ ପୂର୍ବରୁ ସମୀକ୍ଷା ବୈଠକ କରିଛି। ଆର୍ଥିକ ସ୍ଥିରତା ଉପରେ ସେ ଦୃଷ୍ଟି ଦେଉଛନ୍ତି। ବିଶ୍ଵର ଅନେକ ଦେଶ କରୋନା ଭୂତାଣୁ ସହିତ ଲଢ଼ୁଛନ୍ତି। ଦେଶରେ ଲକ୍‌ଡାଉନ ସମୟରେ ଆର୍ଥିକ ବ୍ୟବସ୍ଥା ଠପ୍‌ ହୋଇଯାଇଛି। ଏଥିପାଇଁ ଲୋକଙ୍କୁ ଆଶ୍ଵସ୍ତ କରିବା ଆରବିଆଇର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଯେ, ବ୍ୟାଙ୍କରେ ଲୋକଙ୍କ ଟଙ୍କା ସୁରକ୍ଷିତ ରହିଛି। ଲୋକଙ୍କ ପାଖରେ ଟଙ୍କା ପହଞ୍ଚିବାରେ ଅସୁବିଧା ହେବାନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories