www.samajalive.in
Saturday, December 6, 2025
19.1 C
Bhubaneswar

ମାର୍ଚ୍ଚ ୨୮ରୁ ରାମାୟଣର ପୁନଃ ପ୍ରସାରଣ

ନୂଆଦିଲ୍ଲୀ : ଲକ ଡାଉନ ସମୟରେ କେହି ଘରୁ ବାହାରି ପାରୁନଥିବା ବେଳେ ସମୟ ଅତିବାହିତ କରିବା ପାଇଁ ଲୋକେ ସୋସିଆଲ ମିଡିଆ କିମ୍ବା ଚଳଚ୍ଚିତ୍ର ଦେଖି ସମୟ କାଟୁଛନ୍ତି । ବହୁ ଦର୍ଶକ ସୋସିଆଲ ମିଡିଆ ମଧ୍ୟମରେ ରାମାୟଣ ଓ ମହାଭାରତ ଧାରାବାହିକକୁ ପୁନଃ ପ୍ରସାରଣ କରିବା ପାଇଁ ଅନୁରୋଧ କରିଥିଲେ। । ଦର୍ଶକଙ୍କ ଚାହିଦା ଅନୁଯାୟୀ ଶନିବାର ୨୮ ମାର୍ଚ୍ଚରେ ‘ରାମାୟଣ’ର ପୁନଃ ପ୍ରସାରଣ ପୁଣିଥରେ ଦୁରଦର୍ଶନରେ ଆରମ୍ଭ ହେବକୁ ଯାଉଛି । ପ୍ରଥମ ଏପିସୋଡ୍ ସକାଳ ୯ଟା ସମୟରେ ଏବଂ ଦ୍ୱିତୀୟ ଏପିସୋଡ୍ ରାତି ୯ଟାରେ ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ରାମାନନ୍ଦ ସାଗରଙ୍କ ରାମାୟଣ ଏବଂ ବି.ଆର ଚୋପ୍ରାଙ୍କ ମହାଭାରତକୁ ପୁଣିଥରେ ପ୍ରସାରଣ କରିବାକୁ ଦାବି ହୋଇଥିଲା। ତେଣୁ, ଏହି ସମସ୍ତଙ୍କର ଚାହିଦା ପୂରଣ କରିବା ପାଇଁ ରାମାୟଣର ପୁନଃ ପ୍ରସାରଣ ପୁଣି ଆରମ୍ଭ ହେବାକୁ ଯାଉଛି।

- Advertisement -

ରାମାନନ୍ଦ ସାଗରଙ୍କ ରାମାୟଣ ୧୯୮୭ ଓ ବି.ଆର ଚୋପ୍ରାଙ୍କ ମହାଭାରତ ୧୯୮୮ରେ ପ୍ରଥମ ଥର ପାଇଁ ଦୁରଦର୍ଶନରେ ପ୍ରସାରିତ ହୋଇଥିଲା । ଲୋକମାନେ ରାମାୟଣ ଏବଂ ମହାଭାରତକୁ ଏତେ ଦେଖୁଥିଲେ ଯେ ଚାରିଆଡେ ଏକ ଆଧ୍ୟାତ୍ମିକ ନୀରବତା ରହିଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ସମୟରେ ବାହାରେ ରାସ୍ତାର ପରିବେଶ କର୍ଫ୍ୟୁ ବା ପୁରା ଶୁନଶାନ ପରି ରହୁଥିଲା । ଲୋକମାନେ ଏହି ଧାରାବାହିକରେ ରାମ, ସୀତ, ହନୁମାନ ଓ ରାବଣ ଚରିତ୍ରରେ ଅଭିନୟ କରୁଥିବା ସମସ୍ତଙ୍କୁ ଭଗବାନ ବୋଲି ଗ୍ରହଣ କରୁଥିଲେ । ଏହି ଧାରାବାହିକ ଆରମ୍ଭ ହେଲେ ଲୋକେ ଧୂପକାଠି ଲଗାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଧାରାବାହିକ ଦେଖିବାବେଳେ କେହି ପାଦରେ ଚପଲ ପିନ୍ଧୁ ନ ଥିବା ଜଣାଯାଇଛି।

୧୯୮୭-୮୮ ମସିହାରେ, ଲୋକମାନେ ରାମାୟଣ ଏବଂ ମହାଭାରତକୁ ଅତି ଭକ୍ତି ପୂର୍ଣ୍ଣ ଭାବରେ ଦେଖୁଥିଲେ । କୁହାଯାଏ ଯେ, ସେହି ସମୟରେ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ କାହାର ଫୋନ୍ ଉଠାଇବାକୁ କାହାକୁ ଭେଟିବାକୁ ପସନ୍ଦ କରୁ ନ ଥିଲେ। ଯେତେବେଳେ ୭୮ ଏପିସୋଡ୍ ରାମାୟଣ ପ୍ରସାରିତ ହେଲା, ସେତେବେଳେ ଦେଶର ରାସ୍ତାଘାଟ ଶୁନଶାନ ରାସ୍ତାରେ କର୍ଫ୍ୟୁ  ଲାଗିଲା ଭଲି ନୀରବତା ରହିଥିଲା । ଭାରତର ସମସ୍ତ ସହର ଏବଂ ଗ୍ରାମରେ ରାମାୟଣର ପ୍ରସାରଣ ସମୟରେ ଲୋକମାନେ ଧୂପକାଠି ଜାଳିଥିଲେ। କୋଠରୀ ବାହାରେ ଚପଲ ବାହାର କରି ଯାଉଥିଲା ।

ଉଲ୍ଲେଖନୀୟ କଥା ହେଉଛି, ରାମାୟଣରେ ଭଗବାନ ରାମ ଅରୁଣ ଗୋବିଲଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏଥି ସହିତ ସୀତା ଭୂମିକାରେ ଦୀପିକା ଚିଖାଲିଆ ଅଭିନୟ କରିଥିଲେ। ଏହା ସହିତ ଦାରା ସିଂ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ। ରାବଣ ଭୂମିକାରେ ଅଭିନୟ କରୁଥିବାବେଳେ ଅରବିନ୍ଦ ତ୍ରିବେଦୀ ବହୁ ଲୋକପ୍ରିୟତା ହାସଲ କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories