ଭୁବନେଶ୍ୱର: ୟୁନିଟ୍-୧ ହାଟକୁ ରାଜମହଲ ପରେ ଶୁକ୍ରବାର ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତ୍ୱ ରକ୍ଷା ନ କରିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନ କରିବାରୁ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏହାସହ ଦୋକାନୀଙ୍କୁ ଗାଇଡଲାଇନ ଅନୁସାରେ ଦୂରତ୍ୱ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ହାଟମନଙ୍କରେ ଗହଳି ରହୁଥିବାରୁ କେହି ସାମାଜିକ ଦୂରତ୍ବକୁ ଗରୁତ୍ବ ଦେଉ ନ ଥିବା ଚିତ୍ର ସାମ୍ନାକୁ ଆସିଥିଲା । ଏହାପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗତକାଲି ୟୁନିଟ- ୧ ହାଟକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁନିଟ- ୧ ହାଟକୁ ଭୁବନେଶ୍ୱରର ଏଜି ଛକସ୍ଥିତ ରାଜମହଲ ଛକକୁ ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଥିଲା।



