www.samajalive.in
Sunday, December 14, 2025
15.1 C
Bhubaneswar

କରୋନା: ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୪.୭ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ଵରେ ମୃତ୍ୟୁ ସଂଖ୍ୟା ୨୧ ହଜାର ୨୮୭ରେ ପହଞ୍ଚିଛି। ଏହା ମଧ୍ୟରୁ ଇଟାଲୀରେ ସର୍ବାଧିକ ୭୫୦୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ସାରା ବିଶ୍ଵରେ ୪ ଲକ୍ଷ ୭୧ ହଜାର ୪୦୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ସୁଦ୍ଧା ୬୪୯ରେ ପହଞ୍ଚିଥିବାବେଳେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜାମ୍ମୁ-କାଶ୍ମୀରରେ ପ୍ରଥମ କରି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ଇଟାଲୀ, ସ୍ପେନ, ଇରାନ, ଫ୍ରାନ୍ସ, ଆମେରିକା, ବ୍ରିଟେନରେ କରୋନା ଭୂତାଣୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସ୍ପେନରେ ମୃତ୍ୟୁ ସଂଖ୍ୟା ଚୀନକୁ ଅତିକ୍ରମ କରିଛି। ଚୀନରେ ୩୧୬୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ପେନରେ ଏହା ୩୬୪୭ ଛୁଇଁଛି। ସେହିପରି ଇରାନରେ ୨୦୭୭ ଏବଂ ଫ୍ରାନ୍ସରେ ୧୩୩୧ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories