www.samajalive.in
Saturday, December 6, 2025
17.1 C
Bhubaneswar

କର୍ଫ୍ୟୁ ଲାଗିଲେ ଚେତା ପଶିବ କି ?

ଭୁବନେଶ୍ଵର: ଘରେ ରୁହ। କେହି ବାହାରକୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତ୍ଵ ରକ୍ଷା କରନ୍ତୁ। ନିଜ ଓ ନିଜ ପରିବାରର ଜୀବନ ବଞ୍ଚାଇବା ସହିତ ରାଜ୍ୟ ତଥା ଦେଶକୁ ବିପଦମୁକ୍ତ କରନ୍ତୁ। କରୋନା ଭୂତାଣୁଠାରୁ ସୁରକ୍ଷିତ ରହିବା ଲାଗି ସରକାର ଏତେ ସଚେତନ କରୁଛନ୍ତି, ହାତ ଯୋଡ଼ି ଲୋକଙ୍କୁ ନେହୁରା ହେଉଛନ୍ତି। କିନ୍ତୁ କିଛି ଫରକ ପଡୁନି। ଯେଉଁଠି ଯେତେ ଶିକ୍ଷିତ ସେଇଠି ସେତେ ଅଧିକ ନିୟମ ଉଲ୍ଲଂଘନକାରୀଙ୍କୁ ଦେଖିବାକୁ ମିଳୁଛି। ପରିବା, ସଉଦାପତ୍ର କିଣିବା, ମେଡିକାଲ ଯିବା ବାହାନାରେ ଲୋକେ ସର୍ବସାଧାରଣ ସ୍ଥାନରେ ଭିଡ଼ ଜମାଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ରାଜଧାନୀ ଭୁବନେଶ୍ଵରରେ।

କରୋନାକୁ ହରାଇବା ଲାଗି ଏକମାତ୍ର ଅସ୍ତ୍ର ହେଉଛି ଘରେ ରହିବା ଏବଂ ସାମାଜିକ ଦୂରତ୍ଵ ରକ୍ଷା କରିବା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ବାରମ୍ବାର ଏ ବିଷୟରେ ଦେଶବାସୀଙ୍କୁ ସଚେତନ କରାଉଛନ୍ତି। କିନ୍ତୁ ଲୋକେ ଏହାକୁ ଅଣଦେଖା କରି ନିଜ ପାଇଁ ନିଜେ ଗାତ ଖୋଳୁଛନ୍ତି। କେବଳ ନିଜ ପାଇଁ ନୁହେଁ, ପୂରା ରାଜ୍ୟ ଏବଂ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ବୁଧବାର ଭୁବନେଶ୍ଵରର ବଡ଼ଗଡ଼ ହାଟରେ ଏଭଳି କିଛି ଦୃଶ୍ୟ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଅନ୍ୟ ସାଧାରଣ ଦିନରେ ହାଟରେ ଯେତିକି ଭିଡ଼ ନ ହୁଏ, ଆଜି ସେତିକି ଭିଡ ଦେଖିବାକୁ ମିଳିଥିଲା। ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ଘର ଭିତରେ ବି ପରସ୍ପରଙ୍କୁ ଛୁଇଁବା ଅନୁଚିତ। କିନ୍ତୁ ହାଟରେ ଲୋକମାନେ ଅତି ନିକଟତର ହୋଇ ଛିଡ଼ା ହେବାର ଦୃଶ୍ୟ ଦେଖିଲେ ଜଣାପଡୁଥିଲା ଏମାନେ ଆଦୌ ସଚେତନ ନୁହନ୍ତି। ହାଟରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ଭୁବନେଶ୍ଵରର ପ୍ରଥମ ରୋଗୀ ବଡ଼ଗଡ଼ ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଏହା ସତ୍ବେ ସେହି ଅଞ୍ଚଳର ଲୋକେ ସଚେତନ ନ ହେବା ଦୁଃଖର ବିଷୟ ପାଲଟିଛି।

- Advertisement -

ବେଣୁଧର ସାହୁ ନାମକ ଜଣେ ସଚେତନ ନାଗରିକ କୁହନ୍ତି, ପ୍ରଧାନମନ୍ତ୍ରୀ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। କର୍ଫ୍ୟୁଠାରୁ ଏହା ସାମାନ୍ୟ କୋହଳ ହୋଇଥିବାରୁ ଅନେକ ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି। ଅନ୍ୟପଟେ ସେମାନେ ସମସ୍ତଙ୍କୁ ଅସୁବିଧାରେ ପକାଇଲା ଭଳି କର୍ଫ୍ୟୁ ଲାଗୁ କରାଇବାକୁ ସରକାରଙ୍କୁ ବାଧ୍ୟ କରୁଛନ୍ତି।

ମଞ୍ଚେଶ୍ଵର ଅଞ୍ଚଳର ପ୍ରତାପ ଦାଶ କୁହନ୍ତି, ନିୟମ କୋହଳ ହେବାରୁ ଲୋକେ ତାହାକୁ ମାନୁ ନାହାନ୍ତି। ସରକାର କର୍ଫ୍ୟୁ ଲାଗୁ କଲେ ସେମାନଙ୍କର ଚେତା ପଶିବ। ରାସ୍ତାଘାଟରେ ବୁଲି ଅଯଥାରେ ଅନ୍ୟମାନଙ୍କୁ ହଇରାଣ ନ କରି ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories