www.samajalive.in
Sunday, December 7, 2025
23.1 C
Bhubaneswar

ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ କରୋନା ସଚେତନତା ଜୋରଦାର

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକରେ କରୋନା ସଂକ୍ରମଣ ସଂକ୍ରାନ୍ତ ସଚେତନତା ପାଇଁ ଜାରି କରାଯାଇଥିବା ୨୧ ଦିନିଆ ଲକ୍ ଡାଉନ ପାଳନକୁ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ବୁଧବାର ସାରଙ୍ଗଯୋଡି ହାଟ ଥିବାରୁ ଜନଗହଳି ନ କରିବା ପାଇଁ ତହସିଲଦାର କସ୍ତୁରୀ ପ୍ରଧାନ ବିଡିଓ ସରୋଜ କୁମାର ଦତ୍ତ ସତ୍ୟବାଦୀ ଥାନା ଆଇଆଇସି ଦେବପ୍ରସାଦ ପାତ୍ର ଲୋକମାନଙ୍କୁ ବୁଝାଇଥିଲେ । ଗ୍ରୋସରି ପରିବା ଔଷଧ ଦୋକାନ ଗୁଡିକ ଖୋଲାଥିବା ବେଳେ ଆଉ ସବୁ ବନ୍ଦ ରହିଛି । ବଳପୁର ସୁଆଣ୍ଡୋ ଚିଲପାଟଣା ଗବକୁଣ୍ଡ ହରିଆ ବୁଢା ବଜାର ବରାଳ ପଟ୍ଟନାୟିକିଆ କାଦୁଆ ବନପୁର ଅଳଗୁମ ଆଦି ବଜାର ଅଞ୍ଚଳ ଅଧିକାରୀ ମାନେ ବୁଲି ସଚେତନତାର ବାର୍ତ୍ତା ଦେଇଥିଲେ । ସାରଙ୍ଗଯୋଡିରୁ ପୁଲିସ ଜଣକୁ ଧରି ଅଟକ ରଖିଛି । ଥାନାର ସବୁ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଜାରି ରହିଛି । ସେହିପରି କଳା ବଜାରୀ ଅସାଧୁ ବେପାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।  ବେପରୁଆ ବାଇକ ଚାଳକଙ୍କ ଉପରେ ପୋଲିସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶ୍ରୀ ପାତ୍ର କହିଛନ୍ତି ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories