www.samajalive.in
Saturday, December 6, 2025
17.1 C
Bhubaneswar

ଓଡ଼ିଶାବାସୀଙ୍କୁ ଓଡ଼ିଆରେ ସଚେତନତା ବାର୍ତ୍ତା ପଠାଇଲେ ସଲମାନ

ଭୁବନେଶ୍ଵର: ଦେଶରେ କରୋନା ଭୂତାଣୁ ଦ୍ରୁତଗତିରେ ବଢ଼ି ଚାଲିଛି। ପ୍ରତିଦିନ ୫୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। ଓଡ଼ିଶାରେ ବି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଓଡ଼ିଶାବାସୀଙ୍କୁ ସଚେତନତା ବାର୍ତ୍ତା ପଠାଇଛନ୍ତି। ସବୁଠୁ ବଡ଼ କଥା ହେଲା ଭାଇଜାନ୍‌ ଭାବେ ପରିଚିତ ସଲମାନ ଓଡ଼ିଆ ଭାଷାରେ ଓଡ଼ିଆମାନଙ୍କୁ ସଚେତନ କରାଇଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି।

ଭିଡିଓରେ ସଲମାନ କହିଛନ୍ତି, ‘ମୋର ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସଲମାନ୍‌ର ନମସ୍କାର। ନିକଟରେ କିଛିଦିନ ତଳେ ହକି ବିଶ୍ଵକପ୍‌ ପାଇଁ ମୁଁ ଆପଣଙ୍କ ପାଖକୁ ଆସିଥିଲି। ଏଥିପାଇଁ ମୁଁ ଆପଣଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି, ଓଡ଼ିଶା ସରକାର ଆପଣଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି ଆପଣ ସେସବୁ ଦୟାକରି ମାନନ୍ତୁ। ଛିଙ୍କ ଆସିଲେ ମୁହଁରେ ରୁମାଲ ଦେଇ ଛିଙ୍କନ୍ତୁ। କାରଣ ଛିଙ୍କିବା ଦ୍ବାରା, ଛୁଇଁବା ଦ୍ବାରା କରୋନା ଭୂତାଣୁ ବ୍ୟାପିଥାଏ। ହାତକୁ ବାରମ୍ବାର ସାବୁନ ଦ୍ବାରା ଧୋଇବା ଉଚିତ। ଅତ୍ୟନ୍ତ ଜରୁରୀ ନ ଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ। ଆପଣ ନିଜର ଯତ୍ନ ନେଲେ ଅନ୍ୟମାନଙ୍କର ବି ଯତ୍ନ ନେଇପାରିବେ। ଏହା ମାତ୍ର କିଛି ଦିନର କଥା। ଆସନ୍ତୁ ସମେସ୍ତ ନିୟମ ମାନି ଚଳିବା ଏବଂ ଏହି ଭୂତାଣୁକୁ ମାରିବା। ମୋ ତରଫରୁ ଆପଣମାନଙ୍କୁ ପ୍ରଚୂର ଭଲପାଇବା ଜଣାଉଛି। କରୋନାକୁ କରନ୍ତୁ ନା’।

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories