www.samajalive.in
Saturday, December 6, 2025
15.1 C
Bhubaneswar

‘ଜନତା କର୍ଫ୍ୟୁ’କୁ ନେଇ ମୋଦୀଙ୍କୁ ପ୍ରଶଂସା କଲେ ପିଟରଶନ; କହିଲେ ଆପଣଙ୍କ ନେତୃତ୍ଵ ଅତ୍ୟନ୍ତ ବିସ୍ଫୋଟକ

ନୂଆଦିଲ୍ଲୀ: ଭାରତରେ ୨୨ ତାରିଖରେ ପାଳନ ହେବାକୁ ଥିବା ‘ଜନତା କର୍ଫ୍ୟୁ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରଶନ ପ୍ରଶଂସା କରିଛନ୍ତି। ସେ ହିନ୍ଦୀରେ ଏକ ଟ୍ବିଟ୍‌ କରି କରୋନା ଭୂତାଣୁ ସମ୍ପର୍କରେ ସଚେତନତାମୂଳକ ଏକ ପୋଷ୍ଟ କରିଛନ୍ତି, ଯାହାକୁ ସୋସିଆଲ ମିଡିଆରେ ମଧ୍ୟ ଢେର ପ୍ରଶଂସା କରାଯାଇଛି। ପିଟରଶନଙ୍କ ଟ୍ବିଟ୍‌ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ପିଟରଶନ ମୋଦୀଙ୍କୁ ପ୍ରତ୍ୟୁତ୍ତର ଦେଇ ‘ଆପଣଙ୍କ ନେତୃତ୍ଵ ଅତ୍ୟନ୍ତ ବିସ୍ଫୋଟକ’ ବୋଲି ଉଲ୍ଲେଖ କରିଛନ୍ତି।

 

- Advertisement -

ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସେମ୍ବାଧିତ କରି ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ନିବେଦନ କରିଥିଲେ। ଜନତା କର୍ଫ୍ୟୁ ହେଉଛି ଜନତାଙ୍କ ପାଇଁ ଜନତାଙ୍କ ଦ୍ବାରା ନିଜ ଉପରେ ଲଗାଯାଉଥିବା କର୍ଫ୍ୟୁ। ଭାରତରେ କରୋନା ମୁକାବିଲା ଲାଗି ମୋଦୀଙ୍କ ଏହି ପଦକ୍ଷେପକୁ ପିଟରଶନ ପ୍ରଶଂସା କରିବା ସହିତ ଟ୍ବିଟ୍‌ କରି ଲେଖିଥିଲେ, ନମସ୍ତେ ଭାରତ, ଆମେ ସମେସ୍ତ କରୋନା ଭୂତାଣୁକୁ ହରାଇବା ପାଇଁ ଏକାଠି ଅଛୁ। ଆମେ ସମସ୍ତେ ଆମ ସରକାରଙ୍କ କଥା ମାନିବା, ପାଳନ କରିବା। ଘରେ କିଛି ଦିନ ପାଇଁ ରହିବା। ଏହି ସମୟ ସତର୍କ ରହିବାର ସମୟ। ଆପଣ ସମସ୍ତଙ୍କୁ ମୋର ବହୁତ ସାରା ଭଲପାଇବା। ଏହା ପରେ ମୋଦୀ ପିଟରଶନଙ୍କ ଟ୍ବିଟ୍‌କୁ ଟ୍ୟାଗ୍‌ କରି ଆମେ ମଧ୍ୟ କରୋନା ବିରୋଧରେ ଲଢ଼େଇ ପାଇଁ ଏକାଠି ହେଉଛୁ ବୋଲି ଉଲ୍ଲେଖ କରିଥିଲେ। ପରେ ପିଟରଶନ ଆଉ ଏକ ଟ୍ବିଟ୍‌ କରି, ମୋଦୀ ଜୀ, ଆପଣଙ୍କ ନେତୃତ୍ଵ ଅତ୍ୟନ୍ତ ବିସ୍ଫୋଟକ ବୋଲି ଲେଖିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories