www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଆତଙ୍କ : ଆଖଣ୍ଡଳମଣିଙ୍କ ମନ୍ଦିରରେ ବନ୍ଦ ହେଲା ସର୍ବସାଧାରଣ ଭକ୍ତଙ୍କ ଦର୍ଶନ

ଆରଡି : କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ହୋଇପଡ଼ିଛି। ଏପରିସ୍ଥଳେ ଗତ ଗୁରୁବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ଠାରୁ ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ପୀଠରେ ଆଗନ୍ତୁକ ଶ୍ରଦ୍ଧାଳୁମାନଙ୍କର ଦର୍ଶନ ଓ ପୂଜାର୍ଚ୍ଚନାକୁ ରୋକ ଲଗାଯାଇଛି। ଯାହାକୁ ନେଇ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶୁକ୍ରବାର ଭୋର ଖୋଲିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ମନ୍ଦିର ବେଢାର ୪ଟି ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା। ତାହାସହ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଭକ୍ତ ସର୍ବସାଧାରଣଙ୍କୁ ସଚେତନତା କରାଯାଉଛି। ଅନ୍ୟପଟେ ସେବାୟତମାନଙ୍କ ଦ୍ୱାରା ମଣିବାବାଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେଉଥିବା ବେଳେ ଜଗତର କଲ୍ୟାଣ ପାଇଁ ତଥା ମହାମରୀ କରୋନା ଯେପରି ବିଶ୍ୱରୁ ଦୂରିଭୂତ ହେବ ସେଥିପାଇଁ ମନ୍ଦିରର ସେବାୟତମାନେ ମଣିବାବାଙ୍କୁ ଜଳାଭିଷେକ କରିବା ସହ ଘୃତଦୀପ ଜାଳିଛନ୍ତି। ଏପଟେ କରୋନା ସଚେତନତା ପାଇଁ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ବେଢା ଚତୁଃପାର୍ଶ୍ବ, ବସଷ୍ଟାଣ୍ଡ, ନଦୀଘାଟ, ଗାଡି ପାର୍କିଂ ସ୍ଥଳ ସହ ମୁଖ୍ୟ ବଜାରରେ ବ୍ୟାନର ଲଗାଯାଇଛି। ବିଶେଷକରି ପର୍ଯ୍ୟଟନ କ୍ଷେତ୍ର ଆରଡିପୀଠକୁ ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତ ନଆସିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଥିବା ବେଳେ ଆସନ୍ତା ଏପ୍ରିଲ ୧ଯାଏଁ ମନ୍ଦିର ବନ୍ଦ ରହିବ ବୋଲି ସମସ୍ତ ସର୍ବସାଧାରଙ୍କ ଅବଗତି ନିମନ୍ତେ ନଟକା ଜାରି କରାଯାଇଥିବା ମନ୍ଦିରଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ପ୍ରକାଶ କରିଛନ୍ତି। ସେହିପରି ମଣିବାବାଙ୍କ ପୁଷ୍କରିଣୀରେ ସର୍ବସାଧାରଣଙ୍କ ସ୍ନାନଶୈାଚ ଉପରେ ରୋକ ଲଗାଇଛି ପ୍ରଶାସନ। ଏପରିକି ମହାମାରୀ କରୋନା ନିମନ୍ତେ ଲାଗିଥିବା ରୋକକୁ ନେଇ ସମଗ୍ର ଆରଡିପୀଠ ଶୁକ୍ରବାର ଜନଶୂନ୍ୟ ହୋଇପଡିଥିଲା। କାଁଭାଁ କେତେକ ଶ୍ରଦ୍ଧାଳୁ ଭକ୍ତ ମଣିବାବାଙ୍କ ଦର୍ଶନ ପାଇଁ ଆସିଥିଲେ ମଧ୍ୟ ମନ୍ଦିର ବନ୍ଦ ରହିଥିବାରୁ ଫେରିଯାଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories