www.samajalive.in
Sunday, December 7, 2025
14.1 C
Bhubaneswar

ବୁଲି ଆସନ୍ତୁ ଧାର୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ ଥିବା ଏହି ପ୍ରସିଦ୍ଧ ମନ୍ଦିର

ମନ୍ଦିର ଗଲେ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି କୁହାଯାଏ। ବିଭିନ୍ନ ସ୍ଥାନରେ ଥିବା ମନ୍ଦିରର କିଛି ସ୍ୱତନ୍ତ୍ର ବିଶେଷତ୍ୱ ଅଛି। ଯେଉଁ କାରଣରୁ ତାହା ପ୍ରସିଦ୍ଧ। ମନ୍ଦିରରେ ଭଗବାନଙ୍କ ଦର୍ଶନ ସହ ଭ୍ରମଣର ସ୍ୱତନ୍ତ୍ର ମଜା, ହସଖୁସି, ସ୍ୱାଦିଷ୍ଟ ବ୍ୟଞ୍ଜନ ସବୁକିଛି ଆପଣ ଏଠାରେ ପାଇପାରିବେ। ଆସନ୍ତୁ ଜାଣିବା ଦିଲ୍ଲୀର କିଛି ପ୍ରସିଦ୍ଧ ମନ୍ଦିର ମାନଙ୍କ ବିଷୟରେ ଯେଉଁଠାକୁ ବହୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ମାନେ ନେଇ ଆସିଥାଆନ୍ତି।
ହନୁମାନ ମନ୍ଦିର –
ଦିଲ୍ଲୀର ଦିଲ କୁହାଯାଉଥିବା କନାଁଟ ଯୁବପିଢୀ ମାନଙ୍କ ସବୁଠାରୁ ପସନ୍ଦର ସ୍ଥାନ। ଏହା ସହ ଏଠାରେ ଥିବା ପ୍ରଭୁ ହନୁମାନଙ୍କ ମନ୍ଦିର ଖୁବ ପ୍ରସିଦ୍ଧ। ଦିଲ୍ଲୀର ପୁରାତନ ମନ୍ଦିର ମାନଙ୍କ ମଧ୍ୟରୁ ଏହା ଗୋଟିଏ। ମଙ୍ଗଳବାର ଓ ଶନିବାର ଦିନ ଏହି ମନ୍ଦିରରେ ଖୁବ ଭିଡ଼ ହୋଇଥାଏ। ଲୋକେ ଖୁବ ଖୁସି ଓ ଶାନ୍ତିରେ ପୂଜାର୍ଚ୍ଚନା କରିଥାଆନ୍ତି। ଯାଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହେବା ସହ ଜୀବନରେ ଥିବା ବହୁ ସମସ୍ୟା ଦୂର ହୋଇଥାଏ। ମହାଭାରତ ସମୟରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା ବୋଲି ମଧ୍ୟ କୁହାଯାଏ।
କାଲକା ଜୀ ମନ୍ଦିର –
ଏହା ଦେଶର ଓ ଦିଲ୍ଲୀର ସବୁଠାରୁ ପୁରୁଣା ମନ୍ଦିର। ୧୭୬୪ରେ ଏହି ମନ୍ଦିର ନିର୍ମାଣ ହୋଇଛି ବୋଲି କୁହାଯାଏ। ମନ୍ଦିରରେ ମା’ଦୁର୍ଗାଙ୍କ ରୂପରେ ମା’କାଳୀଙ୍କର ପୂଜାର୍ଚ୍ଚନା ହୋଇଥାଏ। ନବରାତ୍ରି ସମୟରେ ଦିନରାତି ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ଦିଗମ୍ବର ଜୈନ ଲାଲ ମନ୍ଦିର –
ଦିଲ୍ଲୀର ଚାନ୍ଦିନୀ ଚୌକରେ ଥିବା ଏହି ମନ୍ଦିରରେ ସର୍ବଦା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଖୁବ ଭିନ୍ନ ଓ ଏହା ବହୁ ପୁରାତନ ମନ୍ଦିର ଅଟେ। ସକାଳରୁ ଆରମ୍ଭ କରି ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲ ରହେ।
ଛତ୍ତପୁର ମନ୍ଦିର –
ଛତ୍ତରପୁର ମନ୍ଦିର ଦିଲ୍ଲୀର ସବୁଠାରୁ ସୁନ୍ଦର ମନ୍ଦିର ମାନଙ୍କ ମଧ୍ୟରୁ ଗୋଟିଏ। ମନ୍ଦିରର କାରୁକାର୍ଯ୍ୟ ଖୁବ ଉଚ୍ଚକୋଟରୀର। ପ୍ରାୟ ୭୦ଏକକ ପରିସର ମଧ୍ୟରେ ଏହି ମନ୍ଦିର ରହିଛି। ଏଠାରେ ଶ୍ରଦ୍ଧାଳୁ ଭକ୍ତିଭାବରେ ମା’ଙ୍କୁ ଦର୍ଶନ କରିଥାଆନ୍ତି। ଧାର୍ମିକ ବାତାବରଣରେ ନିଜକୁ ହଜାଇ ଦେଇଥାଆନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories