www.samajalive.in
Sunday, December 7, 2025
16.1 C
Bhubaneswar

ସମ୍ବଲପୁରରେ ଦୁଇ ଜଣ କରୋନା ସନ୍ଦିଗ୍ଧ

ସମ୍ବଲପୁର : ସମଗ୍ର ବିଶ୍ୱରେ ହାହାକାର ସୃଷ୍ଟି କରିଥିବା କରୋନା ଭୂତାଣୁରେ ଭାରତରେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଲକ୍ଷାଧିକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ବ୍ୟାପକ ସର୍ତକତା ପଦକ୍ଷେପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ବେଳେ ଓଡିଶାରେ ଅନ୍ୟ ଜଣେ ବିଦେଶ ଫେରନ୍ତା ଯୁବକ କରୋନା ରୋଗରେ ପିଡିତ ଥିବାର ସନ୍ଦେହ କରାଯାଉଛି। କିଛି ଦିନ ତଳେ ଦୁଇ ଜଣ ବିଦେଶ ଫେରନ୍ତା ବ୍ୟକ୍ତି ସମ୍ବଲପୁରରେ ପହଞ୍ଚିଥିଲେ। ଖବର ପାଇବା ସମ୍ବଲପୁର ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ନିକଟରେ ପହଞ୍ଚିଥିଲା। ଏନେଇ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ଜନସ୍ୱାସ୍ଥ୍ୟ) ଡା. ଅଶୋକ ଦାଶଙ୍କ ପଚରାଯିବାରୁ ସେ ଘଟଣାକୁ ସ୍ୱୀକାର କରିଛନ୍ତି। ସେ ଆହୁରୀ କହିଛନ୍ତି ଯେ, ପ୍ରଥମ ଘଟଣାରେ ସ୍ଥାନୀୟ ଜଗନ୍ନାଥ କଲୋନୀର ଜଣେ ଯୁବକ ଗତ ସପ୍ତାହରେ ଫ୍ରାନ୍ସ ଦେଶରୁ ଫେରିଛନ୍ତି। ସେହିଭଳି ଦ୍ୱିତୀୟ ଘଟଣାରେ ସହରର ଉପକଣ୍ଠସ୍ଥ ମାଲିପାଲିର ଜଣେ ବ୍ୟକ୍ତି ନେପାଳ ଦେଶରୁ ଗତ ସପ୍ତାହ ଫେରିଛନ୍ତି। ଏ ସର୍ମ୍ପକରେ ଖବର ପାଇବା ପରେ କରୋନା ପାଇଁ ଗଠିତ ସ୍ୱତନ୍ତ୍ର ଆରଆରଟି (ରେପିଡ ରେସପନ୍ସ ଟିମ) ଉଭୟଙ୍କ ନିକଟକୁ ଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ଦୁଇ ଜଣ ସନ୍ଦିଗ୍ଧ ଙ୍କ କରୋନା ଭଳି କୌଣସି ଲକ୍ଷଣ ଦେଖାଯାଉ ନାହିଁ। ତେବେ ସେମାନଙ୍କ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଦୁଇ ଜଣ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ସେମାନଙ୍କର ପରିବାରବର୍ଗଙ୍କୁ ମଧ୍ୟ କ୍ୱାରେଣ୍ଟାଇନ କରାଯାଇଛି। ଆବଶ୍ୟକ ପରାମର୍ଶ ଦିଆଯାଇଛି ଏବଂ ଉଭୟ ପରିବାର ସମସ୍ତ ପରାମର୍ଶଗୁଡିକୁ ଅବଲମ୍ବନ କରୁଛନ୍ତି। ଯଦି କରୋନାର କୌଣସି ଲକ୍ଷଣ ଦେଖାଯାଏ, ତାହା ହେଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି ବୋଲି ଡା. ଦାଶ କହିଛନ୍ତି। ଏହା ସହିତ ଜିଲାରୁ ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଯାଇଥିବା ବ୍ୟକ୍ତି, ଯେଉଁ ମାନେ କି ଏବେ ଫେରି ଆସୁଛନ୍ତି, ସେମାନଙ୍କୁ ମଧ୍ୟ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଏବେ କରୋନାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ୨୪ ଘଣ୍ଟା ସଜାଗ ରହିଛି ବୋଲି ଡା. ଦାଶ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories