www.samajalive.in
Monday, December 15, 2025
16.1 C
Bhubaneswar

ବିଶ୍ୱଯୁଦ୍ଧର ପ୍ରକୃତ କାହାଣୀ ଉପରେ ଆଧାରିତ ଟମ୍ ହାଙ୍କ୍ସଙ୍କ ଚଳଚ୍ଚିତ୍ର “ଗ୍ରେହାଉଣ୍ଡ”ର ଟ୍ରେଲର ରିଲିଜ

ମୁମ୍ବଇ : ଗୋଟିଏ ପଟେ ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକମାନେ ଆତଙ୍କିତ ହୋଇଥିବା ବେଳେ ଅନ୍ୟପଟେ ସୋମବାର ଟମ୍ ହାଙ୍କ୍ସଙ୍କ ହଲିଉଡ଼ ଫିଲ୍ମ ’ଗ୍ରେହାଉଣ୍ଡ’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି ଫିଲ୍ମ ଜୁନ୍ ୨୦୨୦ରେ ପ୍ରେକ୍ଷାଳୟକୁ ଆସିବ। ଟମ୍ ହାଙ୍କ୍ସ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି। ସିନେମାଟି ବିଶ୍ୱଯୁଦ୍ଧର ପ୍ରକୃତ କାହାଣୀ ଉପରେ ଆଧାରିତ ହୋଇଛି। ରିଲିଜ ହୋଇଥିବା ଟ୍ରେଲରରେ ଟମ୍ ଜଣେ କମାଣ୍ଡର ଭୂମିକାରେ ନଜର ଆସିଛନ୍ତି। ଯାହାର ଦାୟିତ୍ବ ହେଉଛି ଯୁଦ୍ଧରେ ହଜାର ହଜାର ସୈନିକଙ୍କ ମୁଖିଆ ହେବା। ଏହି ସମୟ ମଧ୍ୟରେ, ସେ ଶତ୍ରୁ ଜାହାଜଗୁଡ଼ିକର ସମ୍ମୁଖୀନ ହେଉଛନ୍ତି। ଯାହା ତାଙ୍କୁ କ୍ରମାଗତ ଭାବେ ଅସୁବିଧାରେ ପକାଉଛି।
ଏହି ଚଳଚ୍ଚିତ୍ରଟିରେ ଉତ୍ତର ଆଟଲାଣ୍ଟିକର ୧୯୪୨ର ଦୃଶ୍ୟ ଦେଖାଯାଇଛି। ଯେଉଁଠାରେ ଯୁଦ୍ଧ ପରିବେଶ ସୃଷ୍ଟି‌ ହୋଇଥିଲା। ଟ୍ରେଲରରେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ବୋମା ବିସ୍ଫୋରଣ ହେବା ଦେଖାଯାଇଛି। ବାସ୍ତବ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ, ଗ୍ରେହାଉଣ୍ଡ୍ କମାଣ୍ଡର ଏର୍ନେଷ୍ଟ(ଟମ୍ ହାଙ୍କ୍ସ)ଙ୍କ ନେତୃତ୍ୱରେ ଏକ ସମୁଦ୍ରକୂଳର ନାମକରଣ କରାଯାଇଛି। କେତେକ ପରିସ୍ଥିତି ଯୋଗୁଁ, ଏହି ଜାହାଜକୁ ପାଞ୍ଚ ଦିନ ପର୍ୟ୍ୟନ୍ତ ବାୟୁ ସେନାର ସୁରକ୍ଷା ମିଳିପାରିନାହିଁ। ଏହି ଜାହାଜ ସମୁଦ୍ର ଦେଇ ଇଂଲଣ୍ଡ ଅଭିମ୍ମୁଖେ ଯାଉଛି। ଏହି ସମୟରେ, ସେମାନେ ଶତ୍ରୁ ଜାହାଜ ଦ୍ୱାରା ଘେରି ରହିଛନ୍ତି। ପରିସ୍ଥିତି ଏତେ ଜଟିଳ ଯେ, ୪୮ ଘଣ୍ଟା ମଧ୍ୟରେ କମାଣ୍ଡର ଏର୍ନେଷ୍ଟ(ଟମ୍ ହାଙ୍କ୍ସ)ଙ୍କ ସୈନ୍ୟବାହିନୀର ସାତୋଟି ଜାହାଜ ନଷ୍ଟ ହୋଇଯାଇଛି। କିନ୍ତୁ ଏର୍ନେଷ୍ଟ(ଟମ୍ ହାଙ୍କ୍ସ) ନିଜର ବୁଦ୍ଧି ଏବଂ ଚତୁରତା ସହିତ ଶତ୍ରୁମାନଙ୍କ ସହିତ ଯୁଦ୍ଧ ଜାରି ରଖିଛନ୍ତି।
ଏହି ଚଳଚ୍ଚିତ୍ରରେ ଟମ ହ୍ୟାଙ୍କଙ୍କ ବ୍ୟତୀତ ଷ୍ଟିଫେନ୍ ଗ୍ରାହାମ୍, ଏଲିଜାବେଥ୍ ଶୁ ମଧ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆରୋନ ସ୍ନାଇଡର। ଟମ୍ ହ୍ୟାଙ୍କ ସମଗ୍ର ଭାରତରେ ମଧ୍ୟ ପ୍ରସିଦ୍ଧ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories