www.samajalive.in
Thursday, December 11, 2025
27.1 C
Bhubaneswar

ଗୁଣି ଗାରେଡି ସନ୍ଦେହରେ ଦୁଇ ଆଦିବାସୀ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡି ଅଧିନ ଗପଟିମା ନିକଟସ୍ଥ ଜଙ୍ଗଲରେ ଗୁଣିଗାରେଡି ସନ୍ଦେହରେ ଦୁଇ ଆଦିବାସୀ ଦମ୍ପତିଙ୍କୁ କୌଣସି ଦୁବୃର୍ତ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି।

ସବଚନା ଅନୁଯାୟୀ,  ଉକ୍ତ ଗ୍ରାମର ପଟର ମଳିକ (୪୫) ଓ ସବିତା ମଳିକ (୩୫) ସବୁଦିନ ଭଳୀ ଗ୍ରାମ ନିକଟରେ ରହିଥିବା ନିଜ ବଗଡକୁ ତେନ୍ତୁଳି ସଂଗ୍ରହ କରିବାକୁ ଉଭୟ ଦମ୍ପତି ଯାଇଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ଉଭୟ ଦମ୍ପତି ଉକ୍ତ ସ୍ଥାନରେ ପହଞ୍ଚିବା ସମୟରେ ଆଗରୁ ଯୋଜନା ବଦ୍ଧ ଭାବେ ଜଗି ରହିଥିବା ଦୁବୃର୍ତମାନେ ଉଭୟ ଦମ୍ପତିଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡିବା ସହିତ ଏକ ଧାରୁଆ ଅସ୍ତ୍ରରେ ଗଳା କାଟିଥିଲେ। ପରେ  ଶରୀରର ପଟରର ଛାତି ବକ୍ଷରେ ଧାରୁଆ ଅସ୍ତ୍ରରେ କ୍ଷତ ବିକ୍ଷତ କରିଥିଲେ। ସେହିପରି ସବିତାର ଗଳା କାଟିବା ସହ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତବିକ୍ଷତ କରିଥିଲେ। ସେ ଜଣେ ଦିବ୍ୟାଙ୍ଗ ମହିଳା ଥିଲେ। ଘଟଣା ସ୍ଥଳରେ ଉଭୟ ଦମ୍ପତି ମୃତ୍ୟୁ ବରଣ କରିଥିଲେ। ଉଭୟଙ୍କର ମୃତ ଶରୀର ୫୦ ମିଟର ଦୂରତାରେ ପଡିରହିଥିବା ଦେଖିବାକୁ ମିଳିଛି। ସେମାନଙ୍କ ଠାରୁ ଅଳ୍ପ ଦୂରରେ ଦୁଇ ହଳ ଜୋତା, ଭଙ୍ଗା ଚୁଡି, ଗୋଟିଏ ପାଣି ବୋତଲ, ପଲିଥିନରେ ରହିଥିବା ଲଙ୍କା ଗୁଣ୍ଡ, ମାଟି ହାଣ୍ଡି ଓ ପାଣି ପିଇବା ଡଙ୍କି ପଡିଥିବା ଦେଖିବାକୁ ମିଳିଛି।

- Advertisement -

ପ୍ରକାଶ ଥାଉକି,  ଆଜି ସକାଳ ୯ଟା ସମୟରେ କୁଟିଗୁଡା ଗ୍ରାମର ଦୁଇଜଣ ନାବାଳକ ତେନ୍ତୁଳି ଗୁଟାଇବା ପାଇଁ ଆସିଥିବା ବେଳେ ଉଭୟ ଦମ୍ପତି ମରି ପଡିଥିବା ଦେଖି ସେଠାରୁ ଦୌଡି ଯାଇ ଗପଟିମା ଗ୍ରାମରେ ଚାଲିଥିବା ଗୁଙ୍ଗିପୂଜା ନିକଟରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିବା ସହ ମୋହନା ଥାନାରେ ଖବର ଦେଇଥିଲେ। ମୃତବ୍ୟକ୍ତିଙ୍କ ସାନ ପୁଅ ସଞ୍ଜୀବ ମଲ୍ଲିକ କହିବା ଅନୁଯାୟୀ ବାପା ଆଗରୁ ଲୋକଙ୍କୁ ଚେରମୂଳି ଦେଇ ବିଭିନ୍ନ ରୋଗରୁ ଉପସମ କରାଉଥିଲେ। ଏହାକୁ କିଛି ବ୍ୟକ୍ତି ସହ୍ୟ କରିନପାରି ଗୁଣି ଗାରୁଡି କରୁଥିବା ଓ ବିଭିନ୍ନ ରୋଗରେ ପଡି ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ବାପା ମାରୁଥିବାକୁ ବିଶ୍ୱାସ କରି ଏଭଳି କାଣ୍ଡ ଭିଆଇଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ସାଇନଟିଫିକ୍‍ ଟିମ ସନ୍ଧାନି କୁକୁର ସହାୟତାରେ ଘଟଣାର ତଦନ୍ତ କରୁଥିବା ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories