www.samajalive.in
Saturday, December 6, 2025
26.1 C
Bhubaneswar

ତ୍ବଚା ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଫିଟିକିରି

ଫିଟିକିରି ପ୍ରାୟତଃ ସମସ୍ତଙ୍କ ଘରେ ମିଳିଯାଏ। ଯଦି ଅବା ନ ଥାଏ, ବଜାରରେ ସହଜରେ ଉପଲବ୍ଧ ହୋଇଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦେବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ବିଶେଷ ଭାବେ ସହୟକ ହୋଇଥାଏ। ଏହା ବ୍ୟତୀତ ଫିଟିକିରିର ଆହୁରି ଅନେକ ଉପକାରୀ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ଫିଟିକିରି ଦ୍ବାରା ଆମର କେଉଁ ସବୁ ଉପକାର ହୋଇଥାଏ –

-ମୁହଁର କଳାଦାଗକୁ ନେଇ ଚିନ୍ତିିତ ଥିଲେ, ଫିଟିକିରିକୁ ମୁହଁରେ ମାଲିସ୍‌ କରିବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଶୀଘ୍ର ସୁଫଳ ପାଇବା ପାଇଁ କିଛିଦିନ ନିୟମିତ ଏହାକୁ ବ୍ୟବହାର କରିବାକୁ ପଡ଼ିବ।

- Advertisement -

-ଦାନ୍ତରେ ଯନ୍ତ୍ରଣା ହେଉଥିଲେ ଫିଟିକିରିକୁ ଗୁଣ୍ଡକରି ଏହି ଗୁଣ୍ଡକୁ ଯନ୍ତ୍ରଣା ସ୍ଥାନରେ ଲଗାଇବା ଫଳରେ ତୁରନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

-ଦୁର୍ଗନ୍ଧ ଓ ଶରୀରରୁ କୀଟାଣୁ ଦୂର କରିବା ପାଇଁ ମଧ୍ୟ ଏହା ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ପାଣିରେ ପକାଇ ଗାଧୋଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ।

-ବିଶେଷ କରି ଗ୍ରୀଷ୍ମଋତୁରେ ଶରୀରରୁ ଅଧିକ ଝାଳ ବାହାରି ଦୁର୍ଗନ୍ଧ ହୋଇଥାଏ। ଝାଳଗନ୍ଧରୁ ମୁକ୍ତି ପାଇବା ପାଇଁ ପାଣିରେ ଫିଟିକିରି ପକାଇ ଗାଧାନ୍ତୁ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories