www.samajalive.in
Saturday, December 6, 2025
26.1 C
Bhubaneswar

ଦେଢ ମାସ ମଧ୍ୟରେ ଓଡିଶା ଆସିଛନ୍ତି ୫ ହଜାର ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର : ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଓଡିଶା ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଇଟାଲୀର ପର୍ଯ୍ୟଟକମାନେ ଅଧିକ ମାତ୍ରାରେ ଓଡିଶାବାସୀଙ୍କୁ ଭୟବୀତ କରିଛନ୍ତି। ପର୍ଯ୍ୟଟନ ବିଭାଗରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଫେବୃଆରୀ ୧ ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ୫,୦୭୮ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ। କେବଳ ଫେବୃଆରୀ ମାସରେ ପ୍ରାୟ ୨୦୦ ଜଣ ପର୍ଯ୍ୟଟକ କେବଳ ଇଟାଲୀରୁ ଆସିଥିଲେ। ଫେବୃଆରୀରେ ୧,୨୦୪ ଜଣ ଏବଂ ମାର୍ଚ୍ଚରେ ୨୩୧ ଜଣ ବିଦେଶୀ ପର୍ଯ୍ୟଟକ କେବଳ ପୁରୀ ପରିଦର୍ଶନ କରିଥିଲେ। ଖୋର୍ଦ୍ଧାରେ ସର୍ବାଧିକ ସଂଖ୍ୟାରେ ପର୍ଯ୍ୟଟକ ପରିଦର୍ଶନ କରିଥିଲେ। ଫେବୃଆରୀରେ ୨,୨୬୯ ଜଣ ଏବଂ ମାର୍ଚ୍ଚରେ ୨୫୬ ଜଣ ବିଦେଶୀ ପର୍ଯ୍ୟଟକ କେବଳ ଖୋର୍ଦ୍ଧା ଆସିଥିଲେ। ସେହିପରି ୬୩୦ ଜଣ ପର୍ଯ୍ୟଟକମାନେ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରଥିଲେ। ପ୍ରାୟ ୨୦୦ ଜଣ ପର୍ଯ୍ୟଟକ କୋରାପୁଟ ଏବଂ କନ୍ଧମାଳ ଯାଇଥିଲେ। ସେମାନ ମଧ୍ୟରେ ଅଧିକାଂଶ ବ୍ରିଟେନ୍, ଆମେରିକା, ଜର୍ମନୀ ଏବଂ ୟୁରୋପ ଦେଶରୁ ଆସିଥିଲେ ଥିଲେ। କେବଳ ଏତିକି ନୁହେଁ, ଇଟାଲୀରୁ ଆସିଥିବା ୨୦୦ ଜଣ ବିଦେଶୀ ପର୍ଯ୍ୟଟକ ଭୟର ବାତାବରଣ ସୃଷ୍ଟି କରିଥିଲେ। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି।

ଓଡିଶା ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

- Advertisement -

– ଫେବୃଆରୀରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ଓଡିଶା ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା- ୫,୦୭୮ ।

– ଫେବୃଆରୀରେ ୧,୨୦୪ ଜଣ ଏବଂ ମାର୍ଚ୍ଚରେ ୨୩୧ ଜଣ ପୁରୀ ପରିଦର୍ଶନ କରିଥିଲେ।

-୨,୨୬୯ ଜଣ ବିଦେଶୀ ପର୍ଯ୍ୟଟକ ଫେବୃଆରୀରେ ଏବଂ ୨୫୬ ଜଣ ମାର୍ଚ୍ଚରେ ଖୋର୍ଦ୍ଧା ପରିଦର୍ଶନ କରିଥିଲେ।

-୬୩୦ ଜଣ ପର୍ଯ୍ୟଟକମାନେ କୋଣାର୍କର ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରଥିଲେ।

-୨୦୦ ଜଣ ପର୍ଯ୍ୟଟକ କୋରାପୁଟକୁ ଯାଇଥିଲେ, ସେମାନେ ୟୁରୋପ ଏବଂ ଆମେରିକାରୁ ଆସିଥିଲେ।

-୨୦୦ ଜଣ ପର୍ଯ୍ୟଟକ ଇଟାଲୀରୁ ଆସିଥିଲେ ଯେଉଁମାନେ ଆଦିବାସୀ ଅଞ୍ଚଳକୁ ଯାଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories