www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ଅପଡେଟ୍ : ଭାରତରେ ସଂକ୍ରମିତ ରୋଗୀ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ମହାମାରୀ ଘୋଷଣା କରାଯାଇଛି। ଚୀନରୁ ଆତଙ୍କରାଜ ଆରମ୍ଭ କରିଥିବା କରୋନା ଭାଇରସ ବର୍ତ୍ତମାନ ୧୧୫ଟି ରାଷ୍ଟ୍ରକୁ ବ୍ୟାପିଛି। ଚୀନ ପରେ ଇଟାଲୀ କରୋନା ଯୋଗୁଁ ଅଧିକ  କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିଶ୍ବରେ କରୋନା ଭୂତାଣୁରେ ୪ ହଜାରକୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଏଥିରେ ୧୭ଜଣ ବିଦେଶୀ ରହିଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, କେରଳରେ ୧୭, ହରିୟାଣାରେ ୧୪,  ମହାରାଷ୍ଟ୍ରରେ ୧୧, ଦିଲ୍ଲୀରେ ୬, ୟୁପିରେ ୧୧, ରାଜସ୍ଥାନରେ ୩, ତେଲେଙ୍ଗାନାରେ ଜଣେ, ଲଦାଖରେ ୩ ଜଣ, ତାମିଲନାଡୁ, ଜାମ୍ମୁ କାଶ୍ମୀରରେ ଜଣେ ଲେଖାଏଁ, ପଞ୍ଜାବ ଏବଂ କର୍ଣ୍ଣାଟକରେ ୫ଜଣ ଲେଖାଏଁ କରୋନାଭାଇରସ ସଂକ୍ରମିତ ହୋଇଛି।  ତାମିଲନାଡୁର ଜଣେ କରୋନା ଭୂତାଣୁର ପଜିଟିଭ୍ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଦେଶର ପର୍ଯ୍ୟଟନ ଭିସାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories