ଚେନ୍ନଇ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଶେଷରେ ତାଙ୍କ ଭବିଷ୍ୟତ ରାଜନୀତିର ସନ୍ଦେଶ ଦେଇଛନ୍ତି। ଗରୁବାର ରଜନୀକାନ୍ତ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ସେ ଏକ ଦଳ ଗଠନ କରିବାକୁ ଯାଉଛନ୍ତି। ଯେଉଁଥିରେ ସରକାର ଏବଂ ଦଳ ଅଲଗା ଭାବେ କାମ କରିବେ। ରଜନୀକାନ୍ତଙ୍କ ଯୋଜନା ଅନୁଯାୟୀ ସେ ନିଜେ ଦଳର ନେତା ହେବେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ସେ କହିଛନ୍ତି ଯେ ତାଙ୍କ ଦଳର ନିୟମ ହେଉଛି ଯେ ଯିଏ ଦଳର ନେତୃତ୍ୱ ନେବ ସେ ସରକାରର ଅଂଶ ହେବ ନାହିଁ।
ଏହି ଅବସରରେ ସେ କହିଛନ୍ତି ମୁଁ ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି। ନୂଅ ଦଳ ଗଠନ କରିବି କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ବିଷୟରେ କେବେ ନାହିଁ। ମୁଁ କେବଳ ରାଜନୀତିରେ ପରିବର୍ତ୍ତନ କରିବାକୁ ଚାହୁଁଛି। ସେ କହିଛନ୍ତି, ’ଆମ ରାଜନୀତିରେ ଦୁଇଟି ମହାନ ବ୍ୟକ୍ତିତ୍ବ ଥିଲେ। ଜଣେ ଥିଲେ ଜୟଲଳିତା ଏବଂ ଅନ୍ୟ ଜଣେ ଥିଲେ ଏମ.କରୁଣାନିଧି । କିନ୍ତୁ ବର୍ତ୍ତମାନ ରାଜନୀତିରେ ଜନତାଙ୍କ ସ୍ବାର୍ଥକୁ କେହି ଧ୍ୟାନ ଦେଉନାହାନ୍ତି ଜ୍ଝ ବର୍ତ୍ତମାନ ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ଆମକୁ ଏକ ନୂତନ ଆନ୍ଦୋଳନ କରିବା ଆବଶ୍ୟକ। ’ ଶିକ୍ଷିତ ଯୁବକମାନଙ୍କୁ ରାଜନୀତିକୁ ଆସିବେ ଏବଂ ଆମ ନୂତନ ଦଳରେ ଯୋଗଦେବେ। ଶିକ୍ଷିତ ଯୁବକମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହଛନ୍ତି ରଜନୀକାନ୍ତ।



