www.samajalive.in
Wednesday, December 10, 2025
23.1 C
Bhubaneswar

ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି : ୨ମାସରେ ୮ଟି ଦୋକାନରୁ ଚୋରି

ବଡ଼ସାହି : ମାଣତ୍ରୀ ଅଞ୍ଚଳରେ ଚୋରଙ୍କ ଦୌରାତ୍ମ ବୃଦ୍ଧି ଜନଅସନ୍ତୋଷର କାରଣ ପାଲଟିଛି। ଗତ ୨ମାସ ମଧ୍ୟରେ ମାଣତ୍ରୀ ବଜାରର ୮ଟି ଦୋକାନ ତାଲା ଭାଙ୍ଗି ଚୋରମାନେ ଚୋରି କରିଥିବା ବେଳେ ୨-୨ଥର ସନ୍ଧାନୀ କୁକୁର ମାଣତ୍ରୀ ବଜାର-ମନ୍ଦିର ରାସ୍ତା ମଧ୍ୟ ଭାଗରେ ଥିବା ଏକ ଦେକାନ ସମ୍ମୁଖରେ ଇଶାରା ଦେଇ ଫେରିଥିଲେ ହେଁ ପୁଲିସ୍‍ ଚୋରଙ୍କ ଟେର୍‍ ପାଉ ନାହିଁ। ସେହି ଦେକାନ ନିକଟରେ ଜନୈକ ବ୍ୟକ୍ତିଙ୍କ ଘରେ ବେଆଇନ ଦେଶୀ ମଦ କାରବାର ହୋଇଥାଏ। ଚୋରମାନେ ସେଠାରୁ ମଦ ପିଇ ଉପରୋକ୍ତ କାଣ୍ଡ ଭିଆଉଥିବା ଆଲୋଚନା ହେଉଛି। ପାନଦୋକାନ, ସାଇକେଲ ମରାମତି ଦୋକାନ, ଭୁଷିମାଲ ଦୋକାନ, ବାସନ ଦୋକାନ ଓ ଇଲେକ୍ଟ୍ରନିକ୍ସ ଦୋକାନ ଗୁଡ଼ିକରୁ ଚୋର କୌଣସି ସାମଗ୍ରୀ ନନେଇ କେବଳ ଟଙ୍କା ବାକ୍ସରୁ ଟଙ୍କା ନେଉଛନ୍ତି। ଦୋକାନ କବାଟ ତାଲା ଭାଙ୍ଗି ଏହି ଚୋରି ହେଉଛି। ସମସ୍ତ ଚୋରି ଏକ ପ୍ରକାରର ଥିବା ବେଳେ ଏହା ଗୋଟିଏ ଗ୍ରୁପର କାର୍ଯ୍ୟ ବୋଲି ଅନୁମାନ କରାଯାଉଛି। କେତେକ ଦୋକାନରୁ ଚୋରମାନେ ବାରମ୍ବାର ଚୋରି କରୁଛନ୍ତି। ସୋମବାର ରାତିରେ ଚୋରମାନେ ଫାଣ୍ଡି ନିକଟ ଗୌରିଶଙ୍କର ପଣ୍ଡାଙ୍କ ଇଲେକଟ୍ରୋନିକସ୍ ଦୋକାନର ତାଲା ଭାଙ୍ଗି ୭ହଜାର ଟଙ୍କା ଓ କିଛି ସାମଗ୍ରୀ ନେଇ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ମାଣତ୍ରୀ ବଜାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ କେତେକ ଯୁବକ ନିଶାଗ୍ରସ୍ତ ରହି ଅଶ୍ଳୀଳ ପାଟି କରିବା ନିତିଦିନିଆ ଘଟଣା ହୋଇଛି। ୨ଦିନ ତଳେ ମାଣତ୍ରୀ ଡ଼ାକ୍ତରଖାନା ସମ୍ମୁଖରେ ବୁଲା ଓରଫ ସୋମନାଥ ବାରିକ ନିଜ କାରରେ ମୋବାଇଲରେ କଥା ହେଉଥିବା ସମୟରେ ଏକ ବାଇକରେ ୩ଦୁର୍ବୃତ୍ତ ଆସି ମୋବାଇଲଟିକୁ ଛଡ଼ାଇବାକୁ ଉଦ୍ୟମ କରି ବିଫଳ ରହିଥିଲେ। ତେବେ ଉପସ୍ଥିତ ବୁଦ୍ଧି ଘଟାଇ ବୁଲା ସେମାନଙ୍କୁ ଚଳଚିତ୍ର ଢଙ୍ଗରେ ପିଚ୍ଛା କରିବାରୁ ମାଣତ୍ରୀ ନେସ୍କୋ କାର୍ଯ୍ୟାଳୟ ନିକଟରେ ନମ୍ବର ବିହୀନ ଆପାଚି ଧଳାରଙ୍ଗର ବାଇକଟି ଛାଡ଼ି ଚମ୍ପଟ ମାରିଥିଲେ। ବାଇକଟିକୁ ପୁଲିସ୍‍ ଜବତ କରିଛି। ତାହା ଚୋରା ବାଇକ ବୋଲି ଅନୁମାନ କରୁଛି। ସେହିପରି ମାଣତ୍ରୀ ଅଞ୍ଚଳରେ ଆତ୍ମୀୟ ତଥା ଭଡ଼ାଘରେ ପେଷାଦାର ଅଭିଯୁକ୍ତ ରହୁଥିବାରୁ ଅଞ୍ଚଳବାସୀ ନିଜକୁ ନିରାପଦ ମଣୁନାହାନ୍ତି। ପୁଲିସ୍‍ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି ପାଇଁ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories