www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଅପଡେଟ : ସଂକ୍ରମିତ ଦେଶରୁ ଭାରତ ଫେରିଛନ୍ତି ୯୪୮ ଜଣ ନାଗରିକ

ନୂଆଦିଲ୍ଲୀ : କରୋନା ଭୂତାଣୁ ବ୍ୟାପିଥିବା ଦେଶଗୁଡ଼ିକରୁ ଏପର୍ଯ୍ୟନ୍ତ ୯୪୮ ଜଣ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଅଣାଯାଇ ସାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସେମାନଙ୍କ ମଧ୍ୟରେ ୯୦୦ ଜଣ ଭାରତୀୟ ଥିବାବେଳେ ଆଉ ୪୮ ଜଣ ମ୍ୟାଁମାର, ବାଂଲାଦେଶ, ଚୀନ୍‍, ଆମେରିକା, ମାଡାଗାସ୍କର୍‍, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ନାଗରିକ ଅଛନ୍ତି। ଇରାନରେ  ଥିବା ଭାରତୀୟ ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ମତ୍ସ୍ୟଜୀବୀମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଗତ ୭ ତାରିଖରୁ ଇରାନରେ ଥିବା ୧୦୮ ଜଣ ଭାରତୀୟଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେହି ରକ୍ତ ନମୁନାଗୁଡ଼ିକର ଏମ୍ସରେ ପରୀକ୍ଷା କରାଯାଉଛି। ଏହାବ୍ୟତୀତ ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ୬ ଜଣ ବୈଜ୍ଞାନିକ ଇରାନରେ ଅଛନ୍ତି।
ସେଠାରେ ଏକ ଗବେଷଣାଗାର ସ୍ଥାପନ କରିବାପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ପରୀକ୍ଷା ସାମଗ୍ରୀ ମଧ୍ୟ ପଠାଯାଇଛି। ଇରାନ୍‍ରୁ ପ୍ରଥମ ଦଫାରେ ୫୮ ଜଣ ବ୍ୟକ୍ତି ଗତକାଲି ଆସି ଦେଶରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୩୧ ଜଣ ମହିଳା ଓ ୨ ଜଣ ପିଲା ରହିଛନ୍ତି। ସେହିସବୁ ବ୍ୟକ୍ତିମାନଙ୍କ ଶରୀରରେ ଭୂତାଣୁ ଥିବା ବିଷୟରେ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗତକାଲି ଜାରି କରାଯାଇଥିବା ସର୍ବଶେଷ ଗସ୍ତ ପରାମର୍ଶ ସୂଚୀ ଅନୁସାରେ ଚୀନ୍‍, ହଙ୍ଗ୍‍କଙ୍ଗ୍‍, କୋରିଆ ସାଧାରଣତନ୍ତ୍ର, ଜାପାନ୍‍, ଇଟାଲୀ, ଥାଇଲ୍ୟାଣ୍ଡ୍‍, ସିଙ୍ଗାପୁର, ଇରାନ୍‍, ମାଲେସିଆ, ଫ୍ରାନ୍‍ସ୍‍, ସ୍ପେନ୍‍ ଓ ଜର୍ମାନୀ ଗସ୍ତ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱେଚ୍ଛାକୃତ ଭାବେ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। କେରଳର ୩
ଜଣ ସଂକ୍ରମିତ ଲୋକଙ୍କୁ ମିଶାଇ ଦେଶରେ ୬୦ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଆଉ ୧୦ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କେରଳରୁ ୮ ଜଣ ଥିବାବେଳେ ରାଜସ୍ଥାନରୁ ଜଣେ ଓ ଦିଲ୍ଲୀରୁ ଜଣେ ଲୋକ ଅଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସରକାର ବିଭିନ୍ନ ଦେଶରେ ଥିବା ଭାରତୀୟମାନଙ୍କୁ ସେଠାରୁ ଫେରାଇ ଆଣିବା କାର୍ଯ୍ୟ ଚଳାଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories