www.samajalive.in
Saturday, December 6, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ ସୁକଳ ଜିଆରଏସ

ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକଳ ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ) ଛବିନାରାୟଣ ପଣ୍ଡା ଶନିବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଛବିନାରାୟଣ ବିଜୁ ପକ୍ପାଘର କରାଇଦେବା ଲାଗି ବାମବରଡ଼ା ଗ୍ରାମର ଇନ୍ଦ୍ରମଣି ପଣ୍ଡାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।

ସୂଚନା ଅନୁସାରେ, ଇନ୍ଦ୍ରମଣିଙ୍କ ବିଜୁ ପକ୍କା ଘର କରାଇଦେବା ପାଇଁ ଛବିନାରାୟଣ ଲାଞ୍ଚ ଦାବି କରିଥିଲେ। ଏ ନେଇ ଇନ୍ଦ୍ରମଣି ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ଇନ୍ଦ୍ରମଣି ଟଙ୍କା ଦେବା ଲାଗି ଶନିବାର ସକାଳ ପ୍ରାୟ ୯ଟାରେ ଛବିନାରାୟଣଙ୍କୁ ସୁକଳ ଚାରିଛକସ୍ଥିତ ୟୁକୋ ବ୍ୟାଙ୍କ ଶାଖା ନିକଟକୁ ଡକାଇଥିଲେ। ସେଠାରେ ଇନ୍ଦ୍ରମଣି ଏଟିଏମରୁ ଟଙ୍କା ଉଠାଇଥିଲେ। ପରେ ଯୋଜନା ଅନୁସାରେ ସେ ଛବିନାରାୟଣଙ୍କୁ ଟଙ୍କା ଦେବା ସମୟରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଥିଲେ। ଏହା ପରେ ଅଧିକାରୀମାନେ ଛବିନାରାୟଣଙ୍କ ଘରେ ଚଢ଼ାଉ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories