ନୂଆଦିଲ୍ଲୀ/ବେଜିଂ: ଘାତକ କରୋନା ଭୂତାଣୁ ଏବେ ୯୩ ଦେଶରେ ଆତଙ୍କ ଖେଳାଇଛି। ଏହି ଭୂତାଣୁ ଯୋଗୁ ସାରା ବିଶ୍ଵରେ ୩୪୩୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଚୀନରେ କେବଳ ୩୦୭୦ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି। ଶୁକ୍ରବାର ଏଠାରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ଇଟାଲୀରେ ମୋଟ ୪୬୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଇରାନରେ ବି ମୃତ୍ୟୁ ସଂଖ୍ୟା ୮୦ରୁ ଅଧିକ ରହିଛି।
ଅନ୍ୟପଟେ ଚୀନରେ ଶନିବାର ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଫେସବୁକ୍ ପକ୍ଷରୁ ଏହାର ଲଣ୍ଡନ ଏବଂ ସିଙ୍ଗାପୁରସ୍ଥିତ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ସିଙ୍ଗାପୁର କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।



