ଝରକା ତାଡ଼ି ନେଇଗଲେ ୫ ଲକ୍ଷ ଟଙ୍କା, ୧୦ ଭରି ସୁନା
ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରର ଝରକା ତାଡ଼ି ୫ ଲକ୍ଷ ଟଙ୍କା ଏବଂ ୧୦ ଭରି ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
Comments are closed.