www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ସୁପରଫାଷ୍ଟ ଏକ୍ସପ୍ରେସ୍

ଢେଙ୍କାନାଳ : ମୁମ୍ବଇରୁ ଭୁବନେଶ୍ୱର ଯାଇଥିବା ଲୋକମାନ୍ୟ ତିଳକ ସୁପରଫାଷ୍ଟ ଏକ୍ସପ୍ରେସ ଗୁରୁବାର ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରେଳ ଧାରଣା ଭାଙ୍ଗି ଯାଇଥିଲେ ମଧ୍ୟ ସୌଭାଗ୍ୟ ବସତଃ ଟ୍ରେନଟି ଏହି ଭଙ୍ଗା ଧାରଣା ଅତିକ୍ରମ କରିଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ପୂର୍ବତଟ ରେଳପଥର ଢେ଼ଙ୍କାନାଳ ଠାରୁ ତାଳଚେର ଆଡକୁ ପ୍ରାୟ ୧୫କିମି ଦୂର ମହାଦିଆ ଷ୍ଟେସନ ନିକଟରେ ରେଳ ଧାରଣାର ଗୋଟିଏ ପାଖରୁ ସମ୍ପୂର୍ଣ୍ଣ ଦୁଇଖଣ୍ଡ ହୋଇ ଭାଙ୍ଗିଯାଇଥିଲେ ମଧ୍ୟ ରେଲଓ୍ବେ ପକ୍ଷରୁ ଜାଣିପାରି ନଥିଲେ। ଏପରିକି ଆଜି ସକାଳ ୬ଟା ସମୟରେ ମୁମ୍ବଇ ଭୁବନେଶ୍ୱର ଲୋକମାନ୍ୟ ତିଳକ ସୁପରଫାଷ୍ଟ ଏକ୍ସପ୍ରେସ ଏହି ଭଙ୍ଗା ରେଳଧାରଣା ଉପରେ ଅତିକ୍ରାନ୍ତ କରିଥିବା ଦେଖିବାକୁ ମିଳିଥିଲା। ସୌଭାଗ୍ୟ ବସତଃ ଏଥିପାଇଁ କୌଣସି ଅଘଟଣ ଘଟିନାହିଁ। ତେବେ ସ୍ଥାନୀୟ ଲୋକେ ଏହା ଦେଖି ପାଖରେ ଥିବା ରେଲଓ୍ବେ ଫାଟକ କର୍ମଚାରୀଙ୍କୁ ଜଣାଇଥିଲେ। ଏହି ସୂଚନା ପାଇବା ପରେ ରେଳ ବିଭାଗର ଚେତା ପଶିଥିଲା ଆଉ ଯୁଦ୍ଧକାଳିନ ଭିତିରେ ମରାମତି କାମ ଆରମ୍ଭ ହୋଇଥିଲା। ଫଳରେ ଏହି ବାଟ ଦେଇ ଯାଇଥିବା ଅନୁଗୁଳ-ପୁରୀ ଏକ୍ସପ୍ରେସ ଓ ତାଳଚେର-ପୁରୀ ଆଦି ପାସେଞ୍ଜର ଟ୍ରେନ ଗୁରୁବାର ସକାଳେ ଦେଢଘଣ୍ଟା ବିଳମ୍ବରେ ଅତିକ୍ରମ କରିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories