www.samajalive.in
Sunday, December 14, 2025
26.1 C
Bhubaneswar

ଇରାନ ଯାଉଛନ୍ତି ଭାରତୀୟ ଡାକ୍ତରୀ ଦଳ – ଫେରିବେ ଅଟକି ଥିବା ଭାରତୀୟ

ସମାଜ ପୋର୍ଟାଲ ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ମଧ୍ୟପ୍ରାଚ୍ୟରେ କରୋନା ଭୁତାଣୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି ପାଇଥିବା ବେଳେ ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଇରାନ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ କରୁଛନ୍ତି। ଇରାନରେ ଅଟକି ରହିଥିବା ଭାରତୀୟ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏକ ଡାକ୍ତରୀ ଦଳ ଆଜି ଇରାନରେ ପହଂଚୁଛନ୍ତି। ଆଜି ରାତି ସୁଦ୍ଧା ସେଠାରେ ପ୍ରଥମ ଯାଞ୍ଚ କ୍ଲିନିକ୍ ପ୍ରତିଷ୍ଠା ହେବା ଆଶା କରାଯାଉଛି।

ବୈଦେଶିକ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ସେଠାରେ ଯାଞ୍ଚ କେନ୍ଦ୍ର ପ୍ରତିଷ୍ଠା ହେବା ମାତ୍ରେ ତତକ୍ଷଣାତ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଇରାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ସେଠାରେ ଫସି ଥିବା ପରିବାରକୁ ‘ବିଶ୍ୱାସ ରଖିବାକୁ’ ଅନୁରୋଧ କରି ଜୟଶଙ୍କର କହିଛନ୍ତି ଯେ ମନ୍ତ୍ରୀ ସ୍ଥରୀୟ ଗୋଷ୍ଠୀ କ୍ରମାଗତ ଭାବରେ ଅଗ୍ରଗତି ଉପରେ ନଜର ରଖିଛନ୍ତି।

- Advertisement -

କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯାତ୍ରା ପ୍ରତିବନ୍ଧକକୁ କଡାକଡି କରାଯାଇଛି ଏବଂ ଭାରତ ଗତକାଲି ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଏବଂ ଜାପାନର ନାଗରିକମାନଙ୍କୁ ଦିଆଯାଇଥିବା ଭିସାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରଦ୍ଦ କରିଛି। ଇରାନରେ କରୋନା ଜୀବାଣୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୯୦ ଅତିକ୍ରମ କରିଥିବା ବେଳେ ୯୦ ହଜାରରୁ ଅଧିକ ଲୋକ ସମଗ୍ର ବିଶ୍ୱରେ ସଂକ୍ରମିତ ହୋଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories