www.samajalive.in
Monday, December 15, 2025
17.1 C
Bhubaneswar

ସାତକୋଶିଆ ଓ ସିମିଳିପାଳ ପରେ ଏବେ ସୁନାବେଡାକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା

ଭୁବନେଶ୍ବର (ମହେଶ ଶର୍ମା) : ଅନୁଗୋଳର ସାତକୋଶିଆ ଏବଂ ମୟୂରଭଞ୍ଜର ସିମିଳିପାଳ ପରେ ଏବେ ନୂଆପଡାର ସୁନାବେଡାକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନଟିସିଏ) ଓଡ଼ିଶାର ସୁନାବେଡା ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପ୍ରଦାନ କରିଛନ୍ତି। ଏଠାରେ ଏବେ ଜଙ୍ଗଲରେ ବାଘ ଗର୍ଜନ ଶୁଣିବାକୁ ମିଳିବ। ଏହା ହେଉଛି ଓଡ଼ିଶା ଏବଂ ଛତିଶଗଡ଼ର ସୀମାବର୍ତ୍ତୀ ଜଙ୍ଗଲ। ଏନଟିସିଏ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ଦେବା ପରେ ସ୍ବୟଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜା​‌ବଡେକର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।​‌

- Advertisement -

ସୁନାବେଡା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଭାବେ ଘେଷଣା କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ନିକଟରେ ପ୍ରକାଶ ପାଇଥିବା ବାଘ ଗଣନା ରିପୋର୍ଟକୁ ଦେଖିବା ତ, ସୁନାବେଡା ଅଭୟାରଣ୍ୟରେ ଗୋଟିଏ ମଧ୍ୟ ବାଘ ନାହାନ୍ତି। ତେବେ ଜିଲା ବନ ଅଧିକାରୀ କହିଛନ୍ତି ଏଠାରେ ୩୫ ରୁ ୪୦ ଚିତା ବାଘ ଦେଖିବାକୁ ମିଳିଛନ୍ତି। ଏହି ଆଧାରରେ ସୁନାବେଡାକୁ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଭାବେ ଘୋଷଣା କରିବା ପାଇଁ ଓଡ଼ିଶା ସରକାର ଦାବି କରିଥିଲେ।

୨୦୧୬ ବାଘ ଗଣନାରେ ସମୟରେ ଏଠାରେ ୪ଟି ବାଘ ଥିବା ଜଣାପଡିଥିବା ବେଳେ  ୨୦୧୮ରେ ଏଠାରେ ଗୋଟିଏ ହେଲେ ବାଘ ମିଳି ନ ଥି‌ଲେ।

ତେବେ ଜଙ୍ଗଲ ସଚିବ ମୋନା ଶର୍ମା କହିଛନ୍ତି ଯେ ଏନଟିସିଏର ଅନୁମୋଦନ ମିଳିବା ପରେ ରାଜ୍ୟ ସରକାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନେଇ ଅଧିସୂଚନା ଜାରି କରିବେ। ଏହି ଅଭୟାରଣ୍ୟର କ୍ଷେତ୍ରଫଳ ହେଉଛି ୧୦୮୩ ବର୍ଗ କିଲୋମିଟର । ପରେ ଆନ୍ତରାଜ୍ୟ ବୈଠକ ଅନୁଷ୍ଠିତ ହୋଇ ବାଘମାନଙ୍କର ସୁରକ୍ଷିତ ସହାବସ୍ଥାନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories