www.samajalive.in
Monday, December 15, 2025
14.1 C
Bhubaneswar

ମୁଖ୍ୟ ରାସ୍ତାରେ ହାତୀ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ-ରାମପୁର-ଭବାନିପାଟଣା ମୁଖ୍ୟ ରାସ୍ତା ଏବେ ଜଙ୍ଗଲି ଜନ୍ତୁଙ୍କ ପ୍ରଭାବରେ ପ୍ରଭାବିତ। ଏହି ରାସ୍ତା ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ହୋଇଥିବା ବେଳେ ରାସ୍ତା ମଧ୍ୟରେ ରହିଛି କର୍ଲାପାଟ ଅଭୟାରଣ୍ୟ। ଏହି ଅଭୟାରଣ୍ୟରେ ବାଘ, ଭାଲୁ, ହାତୀ ଭଳି ହିଂସ୍ର ଜଙ୍ଗଲି ଜନ୍ତୁ ରହିଆସୁଛନ୍ତି। ରାତି ନୁହେଁ ଦିନ ବେଳେ ମଧ୍ୟ ଏହି ରାସ୍ତାରେ ଏକାକୀ ଯାତାୟତ କରିବା ନିରାପଦ ନୁହେଁ। ବହୁ ସମୟରେ ବାଘ ରାସ୍ତା ଉପରେ ବସି ରହୁଥିବା ଅନେକ ଲୋକ ଦେଖିଥିବା ବେଳେ ମଙ୍ଗଳବାର ସକାଳେ ଜାଖମ ଫୁର୍ଲିଝରନ ମଧ୍ୟବର୍ତି ଅଞ୍ଚଳରେ ହାତୀ ରାସ୍ତା ପାର ହେଉଥିବା ଲୋକ ଦେଖି ଆତଙ୍କିତ ହେଇଯାଇଥିଲେ। ମଙ୍ଗଳବାର ପେରୁମଞ୍ଜି ଠାରେ ଆୟୋଜିତ ହେଉଥିବା ‘ପରଜା’ ଉତ୍ସବର ଉଦ୍‍ଯାପନୀ ସମାରୋହ ଦେଖିବା ପାଇଁ ଯାଉଥିବା କିଛି ଲୋକ ହାତୀ ରାସ୍ତା ପାରି ହେଉଥିବା ଦେଖିଥିଲେ। ଏପରିକି ଏକ ଯାତ୍ରୀବାହୀ ବସରେ ଯାଉଥିବା ଯାତ୍ରୀ ମଧ୍ୟ ହାତୀର ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ହାତୀଟି ରାସ୍ତାର ଉଭୟ ପଟରେ ଚଳ ପ୍ରଚଳ କରୁଥିବାରୁ ମଟରସାଇକଲ ଆରୋହୀ ଆତଙ୍କିତ ହେଇ ଫେରିଯାଇଥିଲେ। ଅନ୍ୟପଟେ ଚାରି ଚକିଆ ଯାନରେ ଯାତାୟତ କରୁଥିବା ଲୋକ ମଧ୍ୟ ଆତଙ୍କିତ ହେଇ ପଡିଥିଲେ। ରାସ୍ତାର ଉଭୟ ପାର୍ଶ୍ବର ପ୍ରାୟ ୫ଶହ ମିଟର ଦୂରରେ ଅନେକ ଗାଡି ମଟର ଅଟକି ରହିଥିଲା। ହାତୀଟି କୌଣସି ଅଘଟଣ ଘଟାଇବାର ଲୋକେ ଆଶଙ୍କା କରୁଥିଲେ। କିନ୍ତୁ କିଛି ସମୟ ପରେ ହାତୀ ଜଙ୍ଗଲ ଭିତରକୁ ଚାଲିଯିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା।
ଏହି ରାସ୍ତାରେ ସର୍ବଦା ଜଙ୍ଗଲି ଜନ୍ତୁଙ୍କ ପ୍ରଭାବ ରହୁଥିବାରୁ ଲୋକଙ୍କ ଯାତାୟତ ନିରାପଦ ହେଉ ନାହିଁ। ତେଣୁ କଲମପୁର ସିଙ୍ଗାରୀ ଘାଟି ରାସ୍ତାର ଉନ୍ନତି କରଣ କରାଗଲେ ଲୋକେ ୨୪ ଘଣ୍ଟା ନିରାପଦ ଯାତ୍ରା କରି ପାରିବେ। ଏହାସହ ଥୁଆମୁଳ ରାମପୁର ସହିତ ପଡୋଶୀ ନବରଙ୍ଗପୁର ସମେତ ଛାତିଶଗଡ ରାଜ୍ୟ ସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ। ଥୁଆମୁଳ ରାମପୁର ଅଞ୍ଚଳରେ ରହୁଥିବା ଆଦିବାସୀ, ବନବାସୀ ବନ୍ୟ ଜାତ ଦ୍ରବ୍ୟ ବିକ୍ରୟ ପାଇଁ ବଜାର ସୁବିଧା ପାଇବେ। ଯାହା ଦ୍ୱାରା ସେମାନଙ୍କ ଅର୍ଥନୈତିକ ବିକାଶ ହୋଇ ପାରିବ। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories