www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଅପଡେଟ: ନେପାଳ ସୀମାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଯାଞ୍ଚ କରାଯାଇଛି

ସମାଜ ପୋର୍ଟାଲ ଡେସ୍କ: କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବିଭିନ୍ନ ଦେଶକୁ ବିସ୍ତାରିତ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନେପାଳ ସୀମାରେ ଦଶ ଲକ୍ଷରୁ ଅଧିକ ଲୋକଙ୍କୁ ଯାଞ୍ଚ କରାଯାଇଥିବା ଜଣାପଡିଛି। ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପାଞ୍ଚଟି ରାଜ୍ୟ ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଏବଂ ସିକ୍କିମର ୨୧ଟି ସୀମାନ୍ତ ଜିଲ୍ଲାରେ ୩ ହଜାର ୬୯୫ରୁ ଅଧିକ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି।

ଇତି ମଧ୍ୟରେ ବିଭିନ୍ନ ବିମାନବନ୍ଦରରେ ପାଞ୍ଚ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି। ଯାତ୍ରୀମାନଙ୍କୁ ପ୍ରତିଦିନ ସମନ୍ୱିତ ରୋଗ ଯାଞ୍ଚ କାର୍ଯ୍ୟକ୍ରମ ଓ IDSP ନେଟୱାର୍କ ମାଧ୍ୟମରେ ତଦାରଖ କରାଯାଉଥିବା ଜଣାପଡିଛି। ପ୍ରାୟ ୨୫ ହଜାର ୭୩୮ ଜଣ ଯାତ୍ରୀଙ୍କୁ IDSP ନେଟୱାର୍କର ତଦାରଖରେ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, କରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ ୧୫ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ କରାଯାଇଛି ଏବଂ ଖୁବ୍ ଶୀଘ୍ର ୧୯ଟି କାର୍ଯ୍ୟକ୍ଷମ ହେବ। ସେ କହିଛନ୍ତି ଯେ କରୋନା ସଂକ୍ରମଣ ଜନିତ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏକ ମନ୍ତ୍ରୀ ଗୋଷ୍ଠୀ ଏହି ସମସ୍ୟା ଉପରେ ନଜର ରଖିଛନ୍ତି।

- Advertisement -

ଭାରତରେ ଏହି ସଂକ୍ରମଣକୁ ନେଇ ଦେଖାଦେଇଥିବା ପାଞ୍ଚଟି ମାମଲା ମଧ୍ୟରୁ କେରଳର ତିନିଜଣ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ଗତକାଲି ନୂଆଦିଲ୍ଲୀରେ ଏବଂ ତେଲେଙ୍ଗାନାରେ ଦୁଇ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସିଙ୍ଗାପୁର, ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀକୁ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ସରକାର ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଜାରି କରିଛନ୍ତି। ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀରୁ ଆସୁଥିବା କିମ୍ବା ଫେବୃଆରୀ ୧୦ ତାରିଖରୁ ଏପରି ଯାତ୍ରା ଇତିହାସ ଥିବା ଲୋକମାନେ ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ଆବଦ୍ଧ ଯାଞ୍ଚ କେନ୍ଦ୍ରରେ ରଖାଯିବ ବୋଲି ଜଣାପଡିଛି|

ୱୁହାନରୁ ବିଦେଶୀ ନାଗରିକଙ୍କ ସମେତ ୧୧୨ଜଣଙ୍କୁ ଚାୱଲାସ୍ଥିତ ଆଇଟିବିପି କ୍ୟାମ୍ପରେ ରଖାଯାଇଛି ଓ ସେମାନଙ୍କ ପ୍ରଥମ ରକ୍ତ ନମୁନା ପରୀକ୍ଷା ନକାରାତ୍ମକ ବୋଲି ଜଣାପଡିଛି। ସେହିଭଳି ଜାପାନରୁ ଭାରତ ଆସିଥିବା ୧୨୪ ଜଣଙ୍କୁ ମାନସର ସ୍ଥିତ ସେନା ଯାଞ୍ଚ କେନ୍ଦ୍ରରେ ରଖାଯାଇଛି। ଅଖିଳ ବିଜ୍ଞାନ ଆୟୁର୍ବିଜ୍ଞାନ ସଂସ୍ଥାନ ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ କହିଛନ୍ତି, ଲୋକମାନେ କିଛି ମୌଳିକ ସତର୍କତା ଅବଲମ୍ବନ କଲେ କରୋନା ଭୁତାଣୁ ବ୍ୟାପିବା ନେଇ ଯାଞ୍ଚ କରାଯାଇ ପାରିବ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories