www.samajalive.in
Saturday, December 6, 2025
15.1 C
Bhubaneswar

ଆବୁଧାବୀରେ ‘ବଣ୍ଟି ଔର୍‍ ବବ୍‍ଲୀ-୨’ର ଶୁଟିଂ ଶେଷ

ମୁମ୍ବଇ: ଚଳିତ ବର୍ଷ ଖରାଦିନେ ମୁକ୍ତିଲାଭ କରିବାକୁ ଥିବା ୟଶରାଜ ଫିଲ୍ମସ୍‍ର ‘ବଣ୍ଟି ଔର୍‍ ବବ୍‍ଲୀ-୨’ର ଟିମ୍‍ ଆବୁଧାବୀରେ ଚଳଚ୍ଚିତ୍ରର ଅଧିକାଂଶ ଭାଗର ଶୁଟିଂ ଶେଷ କରିଛନ୍ତି। ଆବୁଧାବୀର ୨ ଟି ସ୍ଥାନ ଅର୍ଥାତ୍‍ ଆବୁଧାବୀ ଘୁଡ଼ସବାରୀ କ୍ଲବ୍‍ ଓ ଅମୀରାତ ପ୍ୟାଲେସ୍‍ରେ ଟିମ୍‍ ଲଗାତର ୧୦ ଦିନ ଧରି ଶୁଟିଂ କରିଛନ୍ତି। ଏଠାରେ ଚଳଚ୍ଚିତ୍ରର ଏକ ଲମ୍ବା ଦୃଶ୍ୟ ଶୁଟ୍‍ ହୋଇଛି। ଚଳଚ୍ଚିତ୍ରର କଳାକାର ସୈଫ୍‍ ଅଲୀ ଖାନ୍‍, ରାଣୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରଭରୀ ୱାଘ୍‍ଙ୍କ ଆବୁଧାବୀରେ ଶୁଟିଂ ସମୟର ଏକ ଫଟୋ ସାମଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଚଳଚ୍ଚିତ୍ରରେ ଏକ ନୂଆ ଯୋଡ଼ି ନଜର ଆସିବେ। ଏଥିରେ ନୂଆ ବଣ୍ଟି ରୂପରେ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ମାଧ୍ୟମରେ ୟଶରାଜ ଫିଲ୍ମସ୍‍ ତରଫରୁ ଜଣେ ନୂଆ ନାୟିକାଙ୍କୁ ଲଞ୍ଚ୍‍ କରାଯାଇଛି। ଶରଭରୀ ପରଦାରେ ବବ୍‍ଲୀ ରୂପେ ନଜର ଆସିବେ। ବଡ଼ ବଣ୍ଟି ଓ ବବ୍‍ଲୀ ଭୂମିକାରେ ସୈଫ୍‍ ଓ ରାଣୀ ଅଭିନୟ କରିଛନ୍ତି। ଚଳିତ ବର୍ଷ ୨୬ ଜୁନ୍‌ରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories