www.samajalive.in
Saturday, December 6, 2025
14.1 C
Bhubaneswar

ନିୟମିତ ପିଅନ୍ତୁ ସପୁରୀ ଜୁସ; ମିଳିବ ଅନେକ ଲାଭ

ଫଳରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ। ସେଭଳି କେତେକ ଫଳ ମଧ୍ୟରୁ ଆପଣ ସପୁରୀର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଅଳ୍ପେ ବହୁତ ଜାଣି ଥିବେ। ଏଥିରେ ବହୁ ଭିଟାମିନ, ମିନେରାଲ୍ସ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଏହାର ଜୁସ ମଧ୍ୟ ସ୍ୱାସ୍ଥ୍ୟ ବେଶ ପାଇଁ ହିତକାରକ। ସପୁରୀ ଜୁସରେ ସାମାନ୍ୟ ଅଦା ରସ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ଆଶୀର୍ବାଦ ଠାରୁ କମ ନୁହେଁ। ଜାଣନ୍ତୁ ଏହା ବିଷୟରେ….
୧- ସପୁରୀ ରସରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଶରୀରରୁ ଅପରିଷ୍କାର ଜିନିଷ ବାହାର କରିବାକୁ ସହାୟକ ହୋଇଥାଏ।
୨ – ଏଥିରେ ଭିଟାମିନ ସି, ଫାଇବର, ପୋଟାସିୟମ ଆଦି ଥିବାରୁ ଏହା ଶରୀରକୁ ଆବଶ୍ୟକ ରୋଗ ପ୍ରତିରୋଧ ଶକ୍ତି ଯୋଗାଇବା ସହ ବିଭିନ୍ନ ସଙ୍କ୍ରମଣରୁ ମଧ୍ୟ ରକ୍ଷା କରିଥାଏ।
୩ – ଏହି ଜୁସ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।
୪ – ଏହି ଜୁସ ସେବନ କରିବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ ଥାଏ।
୫ – ଥଣ୍ଡା ସମୟରେ ଏହି ଜୁସରେ ଅଦା ରସ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
୬ – ଏହି ଜୁସ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ।
୭ – ଏହି ଜୁସ ପିଇବା ଦ୍ୱାରା ଦାନ୍ତ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଦାନ୍ତ ଶକ୍ତ ସହ ଏହାର ଚମକ ବୃଦ୍ଧି ପାଇଥାଏ।
୮ – ହୃଦୟ ସହ ଜଡ଼ିତ ବହୁ ରୋଗ ହେବାର ଆଶଙ୍କା ଖୁବ କମ ଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories