www.samajalive.in
Friday, December 5, 2025
26.1 C
Bhubaneswar

ମଙ୍ଗଳବାର ୮ଶହରୁ ଅଧିକ ଟ୍ରେନ ବାତିଲ୍

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ମଙ୍ଗଳବାର ସାରା ଦେଶରେ ଚାଲୁଥିବା ୮ଶହରୁ ଅଧିକ ଟ୍ରେନକୁ ଆଂଶିକ ଏବଂ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏହି ଟ୍ରେନଗୁଡିକ ମଧ୍ୟରେ ଅନେକ ସଂଖ୍ୟାରେ ଯାତ୍ରୀବାହୀ ଟ୍ରେନ୍ ଏବଂ ସ୍ୱତନ୍ତ୍ର ଟ୍ରେନ୍ ରହିଛି। ସେହିପରି ଦିଲ୍ଲୀରୁ ବିହାର, ବଙ୍ଗଳା ଏବଂ ଉତ୍ତରପ୍ରଦେଶକୁ ଯାତ୍ରା କରୁଥିବା ଅନେକ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି। ଏହା ଦ୍ବାରା ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାତିଲ ହୋଇଥିବା ଯାତ୍ରୀବାହୀ ଟ୍ରେନ ମଧ୍ୟରେ ସର୍ବାଧିକ ପଶ୍ଚିମବଙ୍ଗ ଏବଂ ଦକ୍ଷିଣ ଭାରତକୁ ସଂଯୋଗ କରୁଥିବା ଟ୍ରେନ୍ ରହିଛି।

ଭାରତୀୟ ରେଳ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥାର ସୂଚନା ଅନୁଯାୟୀ, ମଙ୍ଗଳବାର ୮୨୭ ଟ୍ରେନ୍ ବାତିଲ କରାଯାଇଛି। ୫୭୧ ଟି ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୨୫୬ଟି ଟ୍ରେନକୁ ଆଂଶିକ ଭାବେ ବାତିଲ୍ କରାଯାଇଛି। ଆଂଶିକ ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ପ୍ରସ୍ଥାନ ସ୍ଥାନରୁ ଛାଡିବା ପରେ ମଝିରେ କୌଣସି ଷ୍ଟେସନରେ ରହଣି କରିବ ନାହିଁ। ଅନେକ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ପୂର୍ବରୁ ଅଟକିଯିବ।

ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ମଧ୍ୟରେ ଅଧିକାଂଶ ଯାତ୍ରୀବାହୀ ଏବଂ ମେଲ୍ ଟ୍ରେନ୍ ରହିଛି। ସେହିପରି ଏକ୍ସପ୍ରେସ, ସୁପରଫାଷ୍ଟ, ହମସଫର, ସମ୍ପର୍କ କ୍ରାନ୍ତି ଏବଂ ଡବଲ୍ ଡେକର୍ ଭଳି କିଛି ଟ୍ରେନ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ତାଲିକା ଅନୁଯାୟୀ କିଛି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ଏବଂ କିଛି ଟ୍ରେନର ରାସ୍ତା ବଦଳାଯାଇଛି।ଏପରି ପରିସ୍ଥିତିରେ ଯଦି ଆପଣ ମଙ୍ଗଳବାର ଯାତ୍ରା କରୁଛନ୍ତି, ତେବେ ପ୍ରଥମେ ରେଳବାଇ ଦ୍ୱାରା ଦିଆଯାଇଥିବା ତାଲିକା ଯାଞ୍ଚ କରନ୍ତୁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories