www.samajalive.in
Sunday, December 7, 2025
14.1 C
Bhubaneswar

‘କରୋନା’ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା, ଆମେରିକାରେ ୨ ମୃତ

ନୂଆଦିଲ୍ଲୀ/ବେଜିଂ/ୱାଶିଂଟନ: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭୂଜାଣୁ ଯୋଗୁ ସାରା ବିଶ୍ଵରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଛି। ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ୭୦ ଦେଶକୁ ବ୍ୟାପି ସାରିଥିବାବେଳେ କେବଳ ଚୀନରେ ୨୯୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତ ସଂଖ୍ୟା ୮୮ ହଜାର ଅତିକ୍ରମ କରିଛି। ଗତ ରବିବାର ୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆମେରିକାର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଆମେରିକାରେ ରବିବାର ୨ ଜଣଙ୍କ ମୃତ୍ୟୁ ହୋଇଛି।

ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ସୂଚନା ଅନୁସାରେ, ରବିବାର ୨୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ୨୬ ରହିଛି। ସେହିପରି ୱାଶିଂଟନର ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ରବିବାର ରାତିରେ କରୋନା ଭୂତାଣୁ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗ୍ରେଟର ସିଏଟଲ ଅଞ୍ଚଳରେ ଭୂତାଣୁ ବ୍ୟାପିଥିଲେ ହେଁ ତାହାର ସନ୍ଧାନ ମିଳିପାରି ନ ଥିଲା। ସିଏଟନ ଏବଂ କିଙ୍ଗ୍‌ କାଉଣ୍ଟିର ଜନସ୍ବାସ୍ଥ୍ୟ ସେବା ପକ୍ଷରୁ କରୋନାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories